୩ ସହଯୋଗୀଙ୍କୁ ଗୁଳି ମାରିଲେ, ତାପରେ ନିଜକୁ ହତ୍ୟା କଲେ ଯବାନ
ତିନି ସହକର୍ମୀଙ୍କ ଉପରକୁ ଗୁଳି କରିବା ପରେ ନିଜକୁ ଗୁଳି କରି ହତ୍ୟା କରିଛନ୍ତି ଜଣେ ଇଣ୍ଡୋ-ତିବତ୍ତୀୟ(ଆଇଟିବିପି) ଯବାନ। କଶ୍ମୀର ଉଧମପୁର ଜିଲ୍ଲାର ଏକ ସେନା ଶିବିରରେ ଏହି ଅଭାବନୀୟ ଘଟଣା ଘଟିଛି।
ଦେବୀକା ଘାଟ କମ୍ୟୁନିଟି ସେଣ୍ଟରରେ ଶନିବାର ଅପରାହ୍ନ ପ୍ରାୟ ୩.୩୦ ସମୟରେ ଏହି ଅଘଟଣ ଘଟିଥିଲା। ଆଇଟିବିପି କନଷ୍ଟେବଳ ଭୂପେନ୍ଦ୍ର ସିଂ ତାଙ୍କର ତିନିଜଣ ସହକର୍ମୀଙ୍କ ଉପରକୁ ନିଜ ବନ୍ଧୁକରୁ ଗୁଳି ଚଳାଇଥିଲେ। ଯାହା ଫଳରେ ଜଣେ ହେଡ କନଷ୍ଟେବଳ ଏବଂ ଦୁଇ ଜଣ କନଷ୍ଟେବଳ ଗୁଳି ମାଡ଼ରେ ଆହତ ହୋଇଥିଲେ ବୋଲି ଜଣେ ବରିଷ୍ଠ ଆଇଟିବିପି ଅଧିକାରୀ କହିଛନ୍ତି। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନେ ଏବେ ବିପଦମୁକ୍ତ ଅଛନ୍ତି ବୋଲି ସେ କହିଛନ୍ତି। ଏହି ଘଟଣା ପରେ କନଷ୍ଟେବଳ ସିଂ ଆଇଏନଏସଏଏସ ସର୍ଭିସ ରାଇଫଲରୁ ନିଜ ଉପରକୁ ଗୁଳି କରିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ବୋଲି ସେ କହିଛନ୍ତି।
ଗତ ୨୪ ଘଣ୍ଟା ମଦ୍ୟରେ ଜମ୍ମୁ-କଶ୍ମୀରିର ଏହା ହେଉଛି ଦ୍ୱିତୀୟ ଘଟଣା। ଶୁକ୍ରବାର ପୁଞ୍ଚରେ ଏଭଳି ଏକ ଅଭାବନୀୟ ଘଟଣାକ୍ରମରେ ୨ ଜଣ ଯବାନ ନିହତ ହୋଇ ଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
Powered by Froala Editor