ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛି ‘ଏମରଜେନ୍ସି' ’ର ଫାଷ୍ଟ ଲୁକ୍
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଗାମୀ ଫିଲ୍ମ 'ଏମରଜେନ୍ସି' ର ପ୍ରଥମ ଲୁକ୍ ଆଜି କଙ୍ଗନା ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ତାଙ୍କ ଲୁକ୍କୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି।
କଙ୍ଗନା ରାଣାୱତଙ୍କ ଫିଲ୍ମ ଏମର୍ଜନସିର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଥିଲା । ବର୍ତ୍ତମାନ ଏହାର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ୟୁଟ୍ୟୁବରେ ୧.୨୧ ସେକେଣ୍ଡର ଫାଷ୍ଟ ଲୁକ୍ରେ କଙ୍ଗନା ରାନାୱତ ଇନ୍ଦିରା ଗାନ୍ଧୀଙ୍କ ଗେଟଅପ୍ ରେ ଡାଏଲଗ୍ କହୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଲୁକକୁ ଦେଖିବା ମାତ୍ରେ ବହୁତ ପ୍ରଶଂସା କରାଯାଉଛି ।
ଫିଲ୍ମର ଟିଜର ଏକ ଫୋନ୍ କଲ୍ରୁ ଆରମ୍ଭ ହୋଇଛି । କଙ୍ଗନାଙ୍କୁ ପଛରୁ ଦେଖିବାକୁ ମିଳିଛି । ଏଥିରେ କଙ୍ଗନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଛନ୍ତି। ସୋସିଆଲ ମିଡିଆରେ କଙ୍ଗନା ଏହି ଫିଲ୍ମ ବିଷୟରେ ବହୁତ କିଛି ଲେଖିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ପ୍ରାୟ ଏକ ବର୍ଷ ଧରି ଏହା ଉପରେ କାଯ୍ୟ କରୁଛି। ବର୍ତ୍ତମାନ ମୋତେ ଲାଗୁଛି ଯେ ଏହି ଚଳଚ୍ଚିତ୍ର ପାଇଁ ମୋ ଅପେକ୍ଷା ଭଲ ନିର୍ଦ୍ଦେଶକ ହୋଇପାରିବେ ନାହିଁ।
ମଣିକର୍ଣ୍ଣିକାଙ୍କ ପରେ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହା ହେଉଛି ଦ୍ୱିତୀୟ ଫିଲ୍ମ। 'ଏମରଜେନ୍ସି' ହେଉଛି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ। ଏହି ଫିଲ୍ମରେ ଅଭିନୟ କରିବା ସହିତ କଙ୍ଗନା ରାନାୱତ ମଧ୍ୟ ନିର୍ଦ୍ଦେଶନା ଏବଂ ପ୍ରଡକ୍ସନ ଦାୟିତ୍ୱ ତୁଲାଉଛନ୍ତି। ଏହି ଫିଲ୍ମଟି ୨୦୨୩, ଜୁନ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Powered by Froala Editor