ଆର୍ୟନଙ୍କ ପାସପୋର୍ଟ ଫେରସ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ
ଡ୍ରଗ-ଅନ-କ୍ରୁଜ୍ ମାମଲାରେ ଏନସିବିରୁ କ୍ଲିନଚିଟ୍ ପାଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ପାସପୋର୍ଟ ପାଇଁ ନିବେଦନ କରିଥିଲେ। କୋର୍ଟ ବୁଧବାର ରେଜିଷ୍ଟ୍ରିରୁ ଆର୍ୟନଙ୍କ ପାସପୋର୍ଟ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆର୍ୟନଙ୍କ ପିଟିସନ ଉପରେ କୋର୍ଟ ୧୩ ତାରିଖ ବୁଧବାର ଶୁଣାଣି କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଆର୍ୟନଙ୍କ ସପକ୍ଷରେ ଯାଇଛି।
ବୁଧବାର ଏନଡିପିଏସ ଆକ୍ଟରେ ରୁଜୁ ମାମଲାର ବିଚାର ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର କୋର୍ଟ ପାସପୋର୍ଟ ରିଲିଜ ସମ୍ପର୍କିତ ଆବେଦନର ଶୁଣାଣି କରିଥିଲେ। ଏହି ସମୟରେ ବିଚାରପତି ଭିଭି ପାଟିଲ କୋର୍ଟର ରେଜିଷ୍ଟ୍ରାରଙ୍କୁ ସ୍ଥାୟୀ ଭାବେ ଆର୍ଯ୍ୟନ ଖାନଙ୍କୁ ପାସପୋର୍ଟ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତବର୍ଷ ଅକ୍ଟୋବର ମାସରେ ଆର୍ୟନଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କଥିତ ଡ୍ରଗ ମାମଲାରେ ଗିରଫ କରିଥିଲା। ତେବେ ଯାଞ୍ଚ ଏଜେନ୍ସୀ ମାମଲାର ଚାର୍ଜସିଟ୍ ଦାଖଲ କରିବା ବେଳକୁ ସେଥିରେ ଆର୍ୟନଙ୍କ ନାମ ନଥିଲା। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଏନସିବି ଆର୍ୟନଙ୍କ ସମେତ ୫ ଜଣଙ୍କୁ ଛାଡି ଦେଇଥିଲା। ତେବେ ଜମାନତ ସର୍ତ୍ତ ଅନୁସାରେ ଆର୍ୟନ ଖାନ ତାଙ୍କ ପାସପୋର୍ଟ କୋର୍ଟରେ ଜମା ଦେଇଥିଲେ।

Powered by Froala Editor