ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହାତରେ ବନ୍ଧା ହୋଇଛି କଡ଼ି, ହତ୍ୟା ସନ୍ଦେହ

ଭୁବନେଶ୍ୱରରୁ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ଗୋଟିଏ ବନ୍ଦ ଘରୁ ପୁଲିସ୍ ମୃତଦେହକୁ ଉଦ୍ଧାର କରିଛି। ମୃତ ଛାତ୍ର ଜଣଙ୍କ ହେଲେ ଖୋର୍ଦ୍ଧା ସରପାରିରେ ଗାଁର ଜ୍ୟୋତି ରଂଜନ ସାହୁ। ଖୋର୍ଦ୍ଧା ସରପାରି ଗାଁରେ ତାଙ୍କ ଘର । ମୃତ୍ୟର କାରଣ ଅସ୍ପଷ୍ଟ ରହିଛି । ସବୁଠୁ ବଡ କଥା ହେଲା ମୃତ ଯୁବକଙ୍କ ହାତରେ ବନ୍ଧା ହୋଇଛି କଡ଼ି। ତେଣୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ ।
ଜ୍ୟୋତି ଖୋର୍ଦ୍ଧା ନିରାକାରପୁର କଲେଜରେ ଯୁକ୍ତ ୩ ରେ ପାଠ ପଢ଼ୁଥିଲେ । ଜ୍ୟୋତିଙ୍କ ବାପା ପଞ୍ଚୁ ସାହୁ କହିଛନ୍ତି ଯେ ତାଙ୍କ ପୁଅ ୩ ମାସ ହେବ ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ରହି ସେହି ଘରେ କାମ କରୁଥିଲା। ଏଥିସହ ପାଠ ପଢ଼ାପଢ଼ି ମଧ୍ୟ କରୁଥିଲା। ପୁଅ ଆତ୍ମହତ୍ୟା କରିବାର କୌଣସି କାରଣ ନାହିଁ। ହାତରେ କଡ଼ି ପଡ଼ିଥିବା ବେଳେ ପାଟିରେ କପଡ଼ା ବନ୍ଧା ହୋଇଛି। ତେଣୁ ଜ୍ୟୋତିଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସେ ସନ୍ଦେହ କରିଛନ୍ତି।
ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ ଭୁବନେଶ୍ୱରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ନିକଟରେ ବିଜେବି କଲେଜ ଛାତ୍ରୀ ରୁଚିକା, ଏମସିଏ ଛାତ୍ରୀ ଆଶ୍ରିତା ଭଳି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି ।
Powered by Froala Editor