ଗୁରପ୍ରୀତଙ୍କ ହାତ ଧରିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନ୍ ଡାକ୍ତର ଗୁର୍ପ୍ରୀତ୍ କୌର୍ଙ୍କୁ ବିବାହ କରିଛନ୍ତି। ଚଣ୍ଡୀଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସିଏମ୍ ମାନ ଡଃ ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି । କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି କନଭେନର ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଏଏପି ସାଂସଦ ରାଘବ ଚଡ୍ଡା ସାମିଲ ହୋଇଥିଲେ ।
୪୮ ବର୍ଷିୟ ମୁଖ୍ୟମନ୍ତ୍ରୀ ମାନ୍ଙ୍କୁ ବାହା ହୋଇଥିବା ଡାକ୍ତର ଗୁର୍ପ୍ରୀତ୍ କୌର୍ ହେଉଛନ୍ତି ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ପେହୋୱାବାସିନୀ। ଡଃ ଗୁରୁପ୍ରୀତ କୌର ନାଲି ଯୋଡା ପିନ୍ଧିଥିବାବେଳେ ସିଏମ୍ ମାନ ହଳଦିଆ ପଗଡି ଏବଂ ଗୋଲଡେନ୍ କୁର୍ତ୍ତା-ପାଇଜାମା ପିନ୍ଧିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଠାରେ ପିତାଙ୍କ ରୀତିନୀତି କରିଥିଲେ। କନ୍ୟା ୩୦ ବର୍ଷୀୟ ଡାକ୍ତରାଣୀ ଗୁର୍ପ୍ରୀତ୍ କୌର୍ ବି ଟୁଇଟ୍ର୍ରେ ନିଜର ଫଟୋଟିଏ ପୋଷ୍ଟ୍ କରି ଲେଖିଛନ୍ତି: ବିବାହର ଦିନ ଉପଗତ ହେଲା। ଅଭିନନ୍ଦନ ଜଣାଇ ବାର୍ତ୍ତା ପଠାଇଥିବା ‘ଆପ୍’ ନେତାମାନଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦ୍ମି ପାର୍ଟି’ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍ ଉକ୍ତ ବିବାହ ଅନୁଷ୍ଠାନରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ବିବାହ ଉତ୍ସବରେ ଯୋଗ ଦେଇଥିବା ‘ଆପ୍’ ସାଂସଦ ରାଘବ ଚଢ଼ା ବିବାହ ଅନୁଷ୍ଠାନର ଫଟୋ ଟୁଇଟ୍ କରି କହିଛନ୍ତି, ମାଆଙ୍କ ସହିତ ଏଠାକୁ ଆସିଛି। ଏଇ ବିଶେଷ ଅନୁଷ୍ଠାନ ଅବସରରେ ନିଷ୍ଠା ଓ ପ୍ରତିବଦ୍ଧତାର ସହିତ ମାନ୍ ସାହବ ଓ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଉଛି।
Powered by Froala Editor