ଭାରତରେ କରୋନାର ନୂଆ ସବ-ଭାରିଆଣ୍ଟ ଠାବ

ନୂଆଦିଲ୍ଲୀ : ଭାରତରେ କରୋନାର ନୂଆ ସବ-ଭାରିଆଣ୍ଟ । ଭାରତ ତଥା ଅନ୍ୟ ଦେଶରେ କରୋନା ଓମିକ୍ରନର ସବ-ଭାରିଆଣ୍ଟ ଠାବ ହୋଇଛି। ଏହି ସବ-ଭାରିଆଣ୍ଟ ନାମ ବିଏ ୨.୭୫। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକଙ୍କ କହିବାନୁଯାୟୀ ଭାରତ ଓ ସଙ୍ଗଠନର ଅନ୍ୟ ସଦସ୍ୟ ଦେଶରେ କରୋନାର ନୂତନ ସବ-ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ଜଣାପଡିଛି।
ଗତ ୨ ସପ୍ତାହ ମଧ୍ୟରେ ଦୁନିଆରେ କରୋନାର ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ହୋଇଛି। ୟୁରୋପ ଓ ଆମେରିକାରେ ଓମିକ୍ରନର ବିଏ.୪ ଓ ବିଏ.୫ କାରଣରୁ କରୋନାର ତରଙ୍ଗ ଜାରି ରହିଛି। ଏହା ମଧ୍ୟରେ ଭାରତରେ ବିଏ.୨.୭୫ ନାମକ ନୂଆ ସବ-ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ଏହା ଉପରେ ନଜର ରଖାଯାଇଛି।
ବିଏ.୨.୭୫ ସବ-ଭାରିଆଣ୍ଟ ବିଷୟରେ ଜଣାପଡିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଟ୍ୱିଟରେ ଏକ ଭିଡିଓ ପୋଷ୍ଟ କରି ନୂଆ ସବ-ଭାରିଆଣ୍ଟ ଚିହ୍ନଟ ହେବା ନେଇ କହିଛନ୍ତି। ଏହା ସର୍ବପ୍ରଥମେ ଭାରତ ଓ ଅନ୍ୟ ୧୦ଟି ଦେଶରୁ ଚିହ୍ନଟ ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ସବ-ଭାରିଆଣ୍ଟର ବିଶ୍ଳେଷଣ ପାଇଁ ଗବେଷଣା ଆରମ୍ଭ ହୋଇଛି।
Powered by Froala Editor