ରାଜ୍ୟ ସଭାକୁ ପି.ଟି ଉଷା ମନୋନୀତ, ଅଭିନନ୍ଦ ନଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଖ୍ୟାତ ଆଥଲେଟ ପି.ଟି ଉଷା ଏବଂ ଗୀତିକାର ତଥା ଗାୟକ ଇଲିୟାରାଜାଙ୍କ ସମେତ ୪ ଜଣଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସମାଜସେବୀ ବିରେନ୍ଦ୍ର ହେଗଡେ ଏବଂ ଫିଲ୍ମ ନିର୍ଦ୍ଦେଶକ ଭି. ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟ ସଭାକୁ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ପି.ଟି ଉଷାଙ୍କ ପାଇଁ ଲେଖିଛନ୍ତି, ପିଟି ଉଷା ଜୀ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣା। କ୍ରୀଡ଼ାରେ ସଫଳତା ପାଇଁ ସେ ଜଣାଶୁଣା, ବର୍ଷ ବର୍ଷ ଧରି ଆଥଲେଟ୍ଙ୍କୁ ମାର୍ଗଦର୍ଶନ କରୁଥିବା କାର୍ଯ୍ୟ ମଧ୍ୟ ପ୍ରଶଂସନୀୟ। ରାଜ୍ୟ ସଭାକୁ ମନୋନୀତ ହୋଇଥିବାରୁ ଅଭିନନ୍ଦନ।
Powered by Froala Editor