ପ୍ରଜା କୋର୍ଟରେ ମୁଣ୍ଡ କାଟିବାକୁ ଧମକ ଦେଇ ଟଙ୍କା ମାଗୁଥିଲେ, ଧରାପଡ଼ିଲେ ଦୁଇ ଜଣ
ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଆଦାୟ କରିବା କରିବା ଅଭିଯୋଗରେ ସଦର ପୁଲିସ ଦୁଇ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ କୋରାପୁଟ ଜିଲ୍ଲା ପୋଡାଗଡ ନିକଟ ରୁଞ୍ଜାଗୁଡା ଗାଁର ପ୍ରଶାନ୍ତ ଖୋସଲା(୪୨) ଓ ବିଜାଘାଟି ଗାଁର ଅମନ ମହାନନ୍ଦିଆ(୩୦)। ଘଟଣାରେ ସମ୍ପୃକ୍ତି ରହିଥିବା ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ପଚରାଉଚୁରା କରାଯାଉଛି। ଘଟଣାରେ ୪ ହଜାର ଟଙ୍କା, ଦୁଇଟି ମୋବାଇଲ ଓ ଏକ କାର ଜବତ କରିଥିବା ଜଣାପଡିଛି।
ଗତ ଜୁନ୍ ୨୭ ତାରିଖ ଦିନ କୋରାପୁଟ ଜିଲ୍ଲା ପୋଡାଗଡ ଅଞ୍ଚଳର ବ୍ୟବସାୟୀ ଅଶ୍ବିନ କୁମାର ପାତ୍ରଙ୍କୁ ପ୍ରଶାନ୍ତ ଓ ଅମନ ପ୍ରଥମେ ଫୋନ କରି ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଏହାପରେ ଅଶ୍ବୀନଙ୍କୁ ବାରମ୍ବାର ଫୋନ କରିବା ସହ ମାଓବାଦୀଙ୍କ ଏକ ପ୍ୟଡରେ ନାଲି ରଙ୍ଗରେ ଲେଖା ଥିବା ଏକ ଚିଠି ପଠାଇଥିଲେ। ନିର୍ଦ୍ଧାରିତ ସମୟରେ ଟଙ୍କା ନ ଦେଲେ ପ୍ରଜା କୋର୍ଟରେ ମୁଣ୍ଡ କାଟି ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଏହାପରେ ପୁଲିସ ନିକଟରେ ଅଶ୍ବିନ ଅଭିଯୋଗ ଦେବା ପରେ ପୁଲିସ ଜାଲ ବିଛାଇଥିଲା। ଦୁଇ ଦିନ ତଳେ ଅଶ୍ବିନକୁ ପୁଣି ଥରେ କଲ କରି ଟଙ୍କା ମାଗିବା ସହ କୋରାପୁଟକୁ ଆସି ଟଙ୍କା ନେବାକୁ କହିଥିଲେ। ଏହାପରେ କୋରାପୁଟ ବସଷ୍ଟାଣ୍ଡକୁ ଏକ କାର ଯୋଗେ ଆସି ଥିଲେ ମଧ୍ୟ ଟଙ୍କା ବସରେ ପଠାଇ ଦେବାକୁ ଅଶ୍ବିନକୁ ଫୋନରେ କହିଥିଲେ। ସେଠାରୁ ଦାମନଯୋଡି ଅଭିମୁଖେ ଯାଉଥିବାବେଳେ ପୁଲିସ ଏହି ଦୁଇ ଜଣଙ୍କ ସହ କାର ଚାଳକଙ୍କ ସହ ଦାମନଯୋଡିର ଇନଟାକ୍ ରୋଡରେ ଧରିଥିଲେ।
Powered by Froala Editor