ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ
ସୋମବାର ଅପରାହ୍ନରେ ଆନ୍ଧ୍ରପ୍ରଦେଶର ଏକ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟଟର ନିକଟରେ କଳା ବେଲୁନ୍ ଉଡ଼ିବା ଘଟଣାକୁ କେନ୍ଦ୍ରକରି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚପରଟି ଆନ୍ଧ୍ରପ୍ରଦେଶର ଏକ ବିମାନବନ୍ଦରରୁ ଓହ୍ଲାଇବା ସମୟରେ କଳା ବେଲୁନ୍ ଦେଖିବାକୁ ମିଳିଥିଲା। ବିଜୟୱାଡାର ଗାନ୍ନାଭାରାମ ବିମାନ ବନ୍ଦରରେ ବିମାନ ଉଡ଼ାଣ ପରେ ମୋଦିଙ୍କ ହେଲିକପ୍ଟର ନିକଟରେ ବେଲୁନ୍ ଦେଖାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ କର୍ମୀମାନେ ବିରୋଧ କରିଥିବା ବେଳେ କଳା ବେଲୁନ୍ ଏବଂ ପ୍ଲାକାର୍ଡ ଧରିଥିବା ନଜର ଆସିଥିଲେ। କଂଗ୍ରେସ ନେତାମାନେ କଳା ବେଲୁନ୍ ଦେଖାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବାକୁ ଦେଶବ୍ୟାପି ଆହ୍ୱାନ ଦେଇଥିଲେ। ଏହି ଘଟଣାର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ଗୁରୁତର ସହ ନେଇଛି ଆନ୍ଧ୍ର ପୁଲିସ । ଏହି ଘଟଣାରେ ୪ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
Powered by Froala Editor