ବାଡରେ ଧକ୍କା ହୋଇ ଜଳିଗଲା ବସ୍
ଭୁବନେଶ୍ଵର : କଲଭର୍ଟ ବାଡରେ ଧକ୍କା ହୋଇ ଜଳିଗଲା ବସ୍। ଭୁବନେଶ୍ଵର ବରମୁଣ୍ଡା ଓଭରବ୍ରିଜ୍ ତଳେ ଏଭଳି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଫୁଲବାଣୀରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଏକ ବସ୍ ବରମୁଣ୍ଡା ଓଭରବ୍ରିଜ୍ ତଳେ କଲଭର୍ଟ ବାଡରେ ଧକ୍କା ହୋଇ ଜଳିଯାଇଛି। ବସ୍ର କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ଫଳରେ ବସ୍ ଭିତରେ ଥିବା କିଛି ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
Powered by Froala Editor