ଦେଖିଛନ୍ତି କି ଅସଲି ଦୁଇ ମୁଣ୍ଡିଆ ସାପ

ଇଣ୍ଟରନେଟ୍ରେ ଦୁଇ ମୁଣ୍ଡିଆ, ପାଞ୍ଚ ମୁଣ୍ଡିଆ ଓ ସାତ ମୁଣ୍ଡିଆ ସାପ ଦେଖିବାକୁ ମିଳେ । ହେଲେ ଏସବୁ ଏଡିଟ୍ ଦ୍ୱାରା କରାଯାଇଥାଏ । କିନ୍ତୁ ଦକ୍ଷିଣ ଆଫ୍ରିକାର ଡରବାନ୍ରେ ଜଣେ ସାପ ଧରାଳୀ ୨ ମୁଣ୍ଡ ଥିବା ଏକ ସାପକୁ ଧରିଛନ୍ତି । ଯାହାର ଫଟୋ ସେ ସୋସିଆଲ୍ ମିଡିଆରେ ଅପଲୋଡ କରିଥିଲେ । ଏହାପର ଠାରୁ ସୋସିଆଲ୍ ମିଡିଆରେ ଏହି ଫଟୋଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ସାପକୁ ରେସ୍କ୍ୟୁ କରିଥିବା ନିକ୍ ହବାଂସ୍ କହିଛନ୍ତି ଯେ, ମୁଁ କିଛି ଦିନ ତଳେ ଡରବାନ୍ ଉତ୍ତର ଦିଗରେ ଥିବା ଏକ ସ୍ଥାନକୁ ଯାଇଥିଲି । ସେଠାରେ ମୋତେ ଏହି ବିରଳ ସାପଟିକୁ ଦେଖିବାକୁ ମିଳିଥିଲା । ଏହା ଏକ ଦକ୍ଷିଣ ବ୍ରାଉନ୍ ଏଗ୍-ଇଟର ଅଟେ । ଯାହାକି ସହଜରେ ମିଳିଯାଇଥାଏ । ଏହି ପ୍ରଜାତିର ସାପଟି ବହୁତ ହାନିକାରକ ହୋଇନଥାଏ । କିନ୍ତୁ ସାପଟିର ଦୁଇଟି ମୁଣ୍ଡ ରହିଥାଏ । ଯାହାକି ଅତ୍ୟନ୍ତ ଦୁର୍ଲଭ ଅଟେ ।
ସାପଟିର ଲମ୍ବ ପ୍ରାୟ ୩୦ ସେଣ୍ଟିମିଟର ଲମ୍ବା । ସମୟ ସମୟରେ ସାପଟି ବିପରୀତ ଦିଗରେ ଯିବା ପାଇଁ ଉଦ୍ୟମ କରୁଥାଏ । କିନ୍ତୁ ଗୋଟିଏ ମୁଣ୍ଡ ଆଉ ଏକ ମୁଣ୍ଡ ଉପରେ ଭରସା କରିଥାଏ ।

Powered by Froala Editor