ରାହୁଲ ନାର୍ଭେକର ହେଲେ ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି

ବିଜେପି ବିଧାୟକ ରାହୁଲ ନରଓ୍ବେକର ହେଲେ ମହାରାଷ୍ଟ୍ର ବାଚସ୍ପତି । ଆଜି ବସିଥିବା ବିଧାନସଭା ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ରାହୁଲଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି । ଶିବେସନା ବିଦ୍ରୋହୀ ନେତା ସିନ୍ଧେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ଗୋଟିଏ ଦିନ ବ୍ୟବଧାନରେ ହୋଇଥିବା ବାଚସ୍ପତି ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ବେସ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଥିଲା । ଶିବସେନା ମଧ୍ୟ ବାଚସ୍ପତି ପ୍ରାର୍ଥୀ ଦେଇଥିଲେ ସୁଦ୍ଧା ବିଜେପି ପ୍ରାର୍ଥୀ ତଥା ବିଧାୟକ ରାହୁଲ ନରଓ୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।
ରବିବାର ବିଧାସଭା ବାଚସ୍ପତି ପଦ ଲାଗି ଅନୁଷ୍ଠିତ ନିର୍ବାଚନରେ ବିଜେପି ବିଧାୟକ ରାହୁଲ ନାର୍ଭେକର ନିର୍ବାଚିତ ହେବା ଶିବସେନା ଓ ମହାବିକାଶ ଅଘାଡି ମେଣ୍ଟ ଲାଗି ଆଉ ଏକ ଝଟକା ସାବ୍ୟସ୍ତ ହୋଇଛି। ପୂର୍ବହ୍ନ ୧୧ଟା ବେଳେ ବିଧାନସଭା ଆରମ୍ଭ ହେବା ପରେ ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବିଧାୟକ ରାହୁଲ ନାର୍ଭେକର ୧୬୪ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ନିମନ୍ତେ ଶିବସେନା ପକ୍ଷରୁ ଉଦ୍ଧବଙ୍କ ବିଶ୍ୱସ୍ଥ ରାଜନ ସାଲଭୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ସାଲଭୀ ବାଚସ୍ପତି ନିର୍ବାଚନରେ ଶିବସେନା ସମେତ ଏନସିପି ଓ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୦୭ଟି ଭୋଟ ମିଳିଛି।
ଆଜି ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଗୃହରେ ବହୁମତ ପ୍ରମାଣ ଦେବ ନବଗଠିତ ସିନ୍ଧେ ସରକାର । ଗୃହରେ ଫ୍ଲୋରଟେଷ୍ଟ ପାଇଁ ବାଚସ୍ପତିଙ୍କର ମୁଖ୍ୟ ପରିଚାଳନାଗତ ଭୂମିକା ରହିଛି । ଆଜି ବିଧାନସଭାକୁ ବାଚସ୍ପତି ମିଳି ସାରିଥିବା ବେଳେ ଆସନ୍ତାକାଲି ସଂଖ୍ୟା ଗରିଷ୍ଠତା ପ୍ରମାଣ ପ୍ରକ୍ରିୟା ମଧ୍ୟ ଶେଷ ହେବ ।
Powered by Froala Editor