ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହୋଇଛି ରଥଯାତ୍ରା । ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖରେ ଆଶୀର୍ବାଦ ପ୍ରାପ୍ତ ହେଉ । ରଥଯାତ୍ରା ଆମ ସଂସ୍କୃତିରେ ଏକ ଗୁରୁତ୍ବବହନ କରିଛି । ମନ କି ବାତରେ ରଥଯାତ୍ରାର ମହତ୍ତ୍ବ ବାଣ୍ଟିଥିବା ଭିଡିଓକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କ ମୋର ଶୁଭେଚ୍ଛା । ଓଡିଶା ତଥା ସାରା ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ପ୍ରତିଟି ଓଡିଆବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆର୍ଶୀବାଦ କାମନା କରୁଥିବା ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ୨ ବର୍ଷ ପରେ ମହାପ୍ରଭୁ ଆଜି ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି । ମାସ୍କ ପିନ୍ଧି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଭାଗ ନେଇ ମହାବାହୁଙ୍କ ଆର୍ଶୀବାଦ ଲାଭ କରିବାକୁ କହିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ।
Powered by Froala Editor