ସିଲ ହେବ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏସବିଆଇ କାର୍ଯ୍ୟାଳୟକୁ ଖୁବଶୀଘ୍ର ସିଲ କରାଯିବ । ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ୭ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯିବ । ବିଏମସି ପକ୍ଷରୁ ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ପାଇଁ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ସିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସିଲ ପରେ କାର୍ଯ୍ୟାଳୟକୁ ସାନିଟାଇଜ କରାଯିବ । ଏଥିସହ ଚିହ୍ନଟ କର୍ମଚାରୀଙ୍କ କଣ୍ଟା ଟ୍ରେସିଂ କରାଯିବା ସହ ବାକି କର୍ମୀଚାରୀଙ୍କ ଟେଷ୍ଟିଂ କରାଯିବ ବୋଲି ଜଣାଯାଇଛି ।