ସମସ୍ତେ ଚକିତ, ଅଟୋଚାଳକ ଦେଲେ ଏମିତ ଟ୍ରେଡିଂ ପରାମର୍ଶ
ମୁମ୍ବାଇ : ଷ୍ଟକ ବଜାର କାରବାରକୁ ଅଧିକାଂଶ ଲୋକ ବୁଝିପାରନ୍ତି ନାହିଁ । ସେଥିପାଇଁ ଟ୍ରେଡିଂଠାରୁ ଦୂରେଇ ରହିବା ଉଚିତ୍ ଭାବନ୍ତି । ହିସାବ ଜାଣିଥିବା ଲୋକମାନେ ଏହି କାମ ଭଲ ଭାବେ କରିପାରନ୍ତି ବୋଲି ସାଧାରଣରେ ଧାରଣା ରହିଛି । କିନ୍ତୁ ଜଣେ ଅଟୋ ଚାଳକ ଟ୍ରେଡିଂ ଉପରେ ପରାମର୍ଶ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି । ଜଣେ ଟ୍ୱିଟର୍ ବ୍ୟବହାରକାରୀ ତାଙ୍କ ସହ କରିଥିବା ବାର୍ତ୍ତାଳପକୁ ଟୁଇଟ୍ କରିଛନ୍ତି । ଅପ୍ସନ୍ ଚାର୍ଟ ବିଷୟରେ ନିଜ ରଣନୀତି ବର୍ଣ୍ଣନା କରି ଚାଳକ ଜଣକ କହିଛନ୍ତି ଯେ, ଯେତେବେଳେ ଗୋଟିଏ ସ୍ତର ଅତିକ୍ରମ କରିବ, ତେବେ ଆଗକୁ ବଢ ଓ ୫ ମିନିଟରେ ବାହାରି ଆସ ।
ପାଂଚ ମିନିଟରେ ବାହାରିବାକୁ ହେବ । ବିନା ଭୟରେ ବଡ ବଡ ଲଟ୍ ଲଗାଅ । ରୁଷ୍ ସହ ମିଶି ଚୀନ୍ ଏହି ଯୋଜନା କରିଛି । ଯଦି ମୁଦ୍ରାସ୍ଫୀତି ଭୟ ନଥାନ୍ତା, ତେବେ ବଜାର ଏଭଳି ତଳକୁ ଖସିଥାନ୍ତାକି ବୋଲି ଚାଳକ ଜଣଙ୍କ ପ୍ରଶ୍ନ କରିଥିଲେ । ଏହା ଶୁଣିବା ପରେ ଯାତ୍ରୀଜଣଙ୍କ କହିଥିଲେ ମୁଁ ବି ଅପସନ୍ ଟ୍ରେଡିଂ କରେ । ଚାଳକ ଜଣକ ଏହା ଶୁଣି ପ୍ରଶ୍ନ କରିଥିଲେ କିଣନ୍ତି ନା ବିକନ୍ତି । ୨୯ ଦିନରେ ପଇସା ବଢେ ଓ ଗୋଟିଏ ଦିନରେ ସବୁ କିଛି ଉଡିଯାଏ ବୋଲି ଚାଳକ ଜାଣକ କହିଥିଲେ ।
Powered by Froala Editor