ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ଜଗନ ମୋହନଙ୍କ ସମର୍ଥନ
ଆନ୍ଧ୍ରପ୍ରଦେଶ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଘୋଷଣା କରୁଛନ୍ତି । ପୂର୍ବରୁ ଓଡିଶା ନବୀନ ପଟ୍ଟନାୟକ, ବିହାରରେ ଏଲଜେପିଆର, ହମ ଏବଂ ଜେଡିୟୁ ଏନଡିଏର ପ୍ରାର୍ଥୀ ଚୟନକୁ ପ୍ରଶଂସା କରି ସମର୍ଥନ କରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ସରକାରରେ ଥିବା ୱାଇଏସଆର୍ କଂଗ୍ରେସ ପାର୍ଟି ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି ।
ଗୁରୁବାର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଘୋଷଣା କରିଛନ୍ତି । ଏହିସବୁ ଘଟଣାକୁ ଲକ୍ଷ୍ୟ କଲେ ମୁର୍ମୁଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି । ଯଦି ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତି ତାହାହେଲେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ । ଆନ୍ଧ୍ର ସରକାରଙ୍କ ସରକାରୀଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଜରିଆରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ଏଥିସହ ଆଜି ମୁର୍ମୁଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ଦଳର ଦୁଇ ସାଂସଦ ଉପସ୍ଥିତ ରହିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଜଗନ ମୋହନ ।
Powered by Froala Editor