ସ୍ମାର୍ଟ ଯୁଗରେ କରନ୍ତୁ ସ୍ମାର୍ଟ କାମ

ପୁରା ପରିବାରର ଦାୟିତ୍ୱ ଘରର ଗୃହିଣୀଙ୍କ କାନ୍ଧ ଉପରେ ଥାଏ । ବିଶେଷ କରି ରୋଷେଇ କ’ଣ କଲେ, ସମସ୍ତେ ପେଟ ଭର୍ତ୍ତି ଖାଇବେ, ଏହା ହିଁ ଘରଣୀଙ୍କ ମୁଖ୍ୟ ଚିନ୍ତା ।
ଘରର ବୟୋଜ୍ୟେଷ୍ଠ ହୁଅନ୍ତୁ କି ପିଲା, ସମସ୍ତଙ୍କ ମନ ପସନ୍ଦର ରୋଷେଇ କରି ପରଷିବା କିଛି ସହଜ କଥା ନୁହେଁ । ଏଣୁ ମହିଳାମାନେ ଏ ଦିଗରେ ବୁଦ୍ଧି ପ୍ରୟୋଗ କରିବା ଦରକାର ।
ରୋଷେଇରେ ପ୍ରତିଦିନ ବିଭିନ୍ନ ପ୍ରକାର ଡାଲି କରନ୍ତୁ । ଯେପରି ସୋମବାର ହରଡ଼ ଡାଲି, ମଙ୍ଗଳବାର ମସୁର ଡାଲି, ବୁଧବାର ମୁଗ ଡାଲି ଓ କେଉଁଦିନରେ ସବୁ ଡାଲି ମିଶାଇ ଡାଲମା ମଧ୍ୟ କରିବା ଭଲ । ଏହି ଉପାୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ଆପଣ ଦୃଷ୍ଟି ଦେଇପାରିବେ ।
ଏବେର ସ୍ମାର୍ଟ ଯୁଗ ଅନୁସାରେ ଆପଣ ମଧ୍ୟ କାମ କରନ୍ତୁ । ସମୟ ଥିଲେ, ପରିବା କାଟି ଫି୍ରଜରେ ରଖନ୍ତୁ । ଏଇ ଉପାୟରେ ରୋଷେଇ କରନ୍ତୁ ।
Powered by Froala Editor