ବଜ୍ରପାତରେ ୩ମୃତ
ଉମରକୋଟ : ଜମିରେ ବିହନ ବୁଣୁଥିବା ସମୟରେ ଘଟିଲା ବଜ୍ରାଘାତ। ସେହି ଜମିରେ ଟଳିପଡ଼ିଲେ ଭାଇଭଉଣୀଙ୍କ ସମେତ ଟ୍ରାକ୍ଟର ଚାଳକ। ଏଭଳି ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଘଟିଛି।
ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତ ପାତ୍ରିମାଲ ଗାଁର ରାୟମଣୀ ଗଣ୍ଡ ନିଜ ଚାଷ ଜମିରେ ହଳ କରିବା ପାଇଁ ପଡ଼ୋଶୀ ଖରକାରପାରା ଗ୍ରାମରୁ ଏକ ଟ୍ରାକ୍ଟର ଭଡ଼ାରେ ଆଣିଥିଲେ। ତାଙ୍କୁ କାମରେ ସହଯୋଗ କରିବାକୁ ତାଙ୍କ ଭାଇ ଜନ ସିଂ ଅଣ୍ଟି ଛତିଶଗଡ଼ରୁ ଆସିଥିଲେ। ସେମାନେ ହଳ ଧରି ଧାନ ବୁଣୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜମି ମାଲିକ ରାୟମଣୀ ଗଣ୍ଡ ଓ ତାଙ୍କ ଭାଇ ଜନସିଂ ଅଣ୍ଟିଙ୍କ ସମେତ ଟ୍ରାକ୍ଟର ଡ୍ରାଇଭର୍ ଅମରୁ ନାୟକଙ୍କ ମୃତ୍ୟୁ ଘଟିଥିଲା।
Powered by Froala Editor