ବିବାହ ପରେ ତିରୁମାଲା ମନ୍ଦିର ଯାଇ ବିବାଦରେ ନୟନତାରା
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା ତାଙ୍କ ଦୀର୍ଘ ଦିନର ପ୍ରେମିକ ତଥା ଚଳଚ୍ଚିତ୍ର ନିର୍ମାତା ବିଘ୍ନେଶ ଶିବନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ଦମ୍ପତି ବିବାହ କରିଛନ୍ତି। ଦୀର୍ଘ ୭ ବର୍ଷର ପ୍ରେମ ସମ୍ପର୍କ ପରେ ଏବେ ଦୁହେଁ ବିବାହ କରି ପରସ୍ପର ସହିତ ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି। ନୟନତାରା ଓ ବିଘ୍ନେଶଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ବର ବଧୂ ବେଶରେ ଉଭୟ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି।
ତେବେ ବିବାହ ପରେ ପରେ ବିବାଦରେ ଫସିଛନ୍ତି ନୟନତାରା। ପୁଲିସ ତାଙ୍କ ବିରୋଧରେ ନୋଟିସ ଜାରି କରିଛି। ବିବାହ ପରେ ନୟନତାରା ସ୍ୱାମୀ ବିଘ୍ନେଶଙ୍କ ସହ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ତିରୁପତି ମନ୍ଦିର ପରିସରରେ ନୟନତାରା ଜୋତା ପିନ୍ଧି ବୁଲିଥିଲେ। ଏହାକୁ ନେଇ ଏବେ ବିବାଦ ଉପୁଜିଛି।
ନୟନତାରାଙ୍କୁ ମଡା ଷ୍ଟ୍ରିଟ୍ରେ ଜୋତା ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା। ଧାର୍ମିକ ଦୃଷ୍ଟିକୋଣରୁ ସେହି ସ୍ଥାନର ମହତ୍ୱ ବେଶ୍ ଅଧିକ ରହିଛି। ଏଥିସହ ଏହି ନବଦମ୍ପତି ନିଜ ସହ ଫଟୋଗ୍ରାଫିରଙ୍କୁ ଆଣି ଆଉ ଏକ ନିୟମ ଉଲ୍ଲଙ୍ଘନ କରିଛନ୍ତି। ତିରୁମାଲା ତିରୁପତି ଦେଶସ୍ଥାନମ୍ରେ ବ୍ୟକ୍ତିଗତ କ୍ୟାମେରା ପ୍ରବେଶ ଉପରେ ବାରଣ ରହିଛି। ସିସିଟିଭି ଫୁଟେଜ ଆଧାରରେ ସେ ସେଠାରେ ଫଟୋ ସୁଟ୍ ମଧ୍ୟ କରିଥିବା ଅଭିଯୋଗ ରହିଛି। ଏଥିପାଇଁ ତାଙ୍କୁ ଆଇନଗତ ନୋଟିସ ପଠାଯାଇଥିବା ତିରୁମାଲା ତିରୁପତି ଦେଶସ୍ଥାନମ୍ ବୋର୍ଡର ମୁଖ୍ୟ ଭିଜିଲାନ୍ସ ସିକ୍ୟୁରିଟି ଅଫିସର କହିଛନ୍ତି।
Powered by Froala Editor