ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ
ଟଲିଉଡର ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁହୋଇଛି। ଶନିବାର ଦିନ ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମବାଥରୁମରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ବାଥରୁମ୍ରୁ କାର୍ବମନୋକ୍ସାଇଡ୍ ବୋତଲ ଜବତ ହୋଇଛି। ଏହି ଗ୍ୟାସ ଯୋଗୁ ଗରିମାଲ୍ଲାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇବା ସହ ପୁଲିସ ମାମଲା ରୁଜୁ କରିଛି। ଏହା ସହ ପ୍ରତ୍ୟୁଷାଙ୍କ ପରିବାରକୁ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଛି । ପ୍ରତ୍ୟୁଷା ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି। ମାମଲାର ତଦନ୍ତ ଜାରି ରହିଛି।
ପ୍ରତ୍ୟୁଷା ଆମେରିକାରେ ଫ୍ୟାଶନ ଡିଜାଇନିଂ ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୩ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବା ସହ ଆଉ ପଛକୁ ଚାହିଁ ଦେଖିନଥିଲେ। ସେ ଟଲିଉଡର ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କ ସହ କାମ କରିବା ସହ ବଲିଉଡରେ ମଧ୍ୟ କାମ କରିଥିଲେ। ବଲିଉଡ୍ରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି।
Powered by Froala Editor