ବାରବାଟୀ ଟି-୨୦ ପାଇଁ ସ୍ୱତନ୍ତ୍ର ମୋ ବସ୍ ସେବା
ଭୁବନେଶ୍ୱର: ଆସନ୍ତା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍। ଏଥିପାଇଁ ଭୁବନେଶ୍ୱରରୁ ବାରବାଟୀ ଷ୍ଟାଡିୟମ ପର୍ୟ୍ୟନ୍ତ ୨ଟି ରୁଟ୍ରେ ସ୍ୱତନ୍ତ୍ର ଭାବେ ମୋ ବସ୍ ଚାଲିବ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
କ୍ରୁଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ରୁ ରସୁଲଗଡ଼ ଦେଇ ବାରବାଟୀ ଷ୍ଟାଡିୟମ ପର୍ୟ୍ୟନ୍ତ ମୋ ବସ୍ ସେବା ଯୋଗାଇ ଦିଆଯିବ। ସେହିପରି ବରମୁଣ୍ଡାରୁ ପଟିଆ ଦେଇ ବାରବାଟୀ ଷ୍ଟାଡିୟମ ପର୍ୟ୍ୟନ୍ତ ମୋ ବସ୍ ସେବା ଯୋଗାଇ ଦିଆଯିବ। ଏହି ସେବା ପାଇଁ ମୋ ବସ୍ ଭଡ଼ା ୪୦ ଟଙ୍କା ରଖାଯାଇଥିବା ନେଇ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ମ୍ୟାଚ୍କୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Powered by Froala Editor