ବିସ୍ଫୋରଣ ହେଲା ତେଲ ଟ୍ୟାଙ୍କର, ୪ ଜୀବନ୍ତ ଦଗ୍ଧ
ନୟାଗଡ଼: ବ୍ରିଜ ଉପରୁ ଖସି ବିସ୍ଫୋରଣ ହେଲା ତେଲ ଟ୍ୟାଙ୍କର । ବିସ୍ଫୋରଣରେ ୪ ଜଣ ଜୀବନ୍ତ ଦଗ୍ଧ । ନୟାଗଡ ବଡପଣ୍ଡୁସର ବ୍ରିଜ ତଳକୁ ଏହି ତେଲ ଟ୍ୟାଙ୍କରଟି ଖସି ପଡିଛି । ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ରହିଛି । ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଯାହାସୂଚନା ରହିଛି, ଗତକାଲି ରାତି ପ୍ରାୟ ୧.୪୫ ସମୟରେ ପାରାଦୀପରୁ ଡିଜେଲ ନେଇ ଆସୁଥିବା ଏକ ଟ୍ୟାଙ୍କର ନୟାଗଡ଼ ଇଟାମାଟି ଥାନା ଥାନା ବଡ଼ପଣ୍ଡୁସର ଠାରେ ବ୍ରିଜ ତଳକୁ ଖସିପଡ଼ିଥିଲା । ତେବେ ଟ୍ୟାଙ୍କର ଖସି ପଡିବା ପରେ ଭୟଙ୍କର ବିସ୍ପୋରଣ ହୋଇଥିଲା । ଏହି ବିସ୍ଫୋରଣ ଦେଖି ୩ ଜଣ ସ୍ଥାନୀୟ ଯୁବକ ଘଟଣାସ୍ଥଳକୁ ଯାଇଥିବା ବେଳେ ବିସ୍ଫୋରଣରୁ ଉଦ୍ଧାର କରିବାକୁ ଯାଇଥିବା ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଚାରି ମୃତକଙ୍କ ନାମ ହେଲା ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଏବଂ ଚନ୍ଦନ ଖଟୁଆ । ସମସ୍ତ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳବାହିନୀ, ଆମ୍ବୁଲାନ୍ସ ଓ ଇଟାମାଟି ପୋଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
Powered by Froala Editor