ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି
ଧାନର ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର। ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ୨୦୨୨-୨୩ ଶସ୍ୟ ବର୍ଷ ପାଇଁ କେନ୍ଦ୍ର ସରକାର ସର୍ବ ନିମ୍ନ ମୂଲ୍ୟ(ଏମଏସପି) ବୃଦ୍ଧି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ ଏଫେୟାର୍ସ (CCEA) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ୨୦୨୨-୨୩ ପାଇଁ ଖରିଫର ୧୪ ଫସଲର ସବ୍ ଭ୍ୟାରିଏଣ୍ଟ ସହ ମୋଟ ୧୭ ଫସଲର ଏମ୍ଏସ୍ପିର ଅନୁମୋଦନ କରାଯାଇଛି। ଖସା ମୂଲ୍ୟରେ କ୍ୱିଣ୍ଟାଲ ପ୍ରତି ୫୨୩ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମୁଗ କ୍ୱିଣ୍ଟାଲ ପ୍ରତି ୪୮୦ ଓ ସୂର୍ଯ୍ୟମୁଖୀ ମଞ୍ଜି ୩୮୫ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଏ ଗ୍ରେଡ୍ ଧାନ ପାଇଁ ଏମ୍ଏସ୍ପି କ୍ୱିଣ୍ଟାଲ ପ୍ରତି ୨୦୪୦ ଟଙ୍କା ବଢ଼ାଯାଇଛି। ଯାହା ଗତ ବର୍ଷ କ୍ୱିଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିଲା।
ସେହିପରି ଏ ଗ୍ରେଡର ଶସ୍ୟର ମୂଲ୍ୟ କୁଇଣ୍ଟାଲ ପିଛା ୧୯୬୦ରୁ ୨୦୬୦କୁ ବୃଦ୍ଧି କରାଯାଇଛି। ଖରାଦିନିଆ ଅମଳ ହେଉଥିବା ଶସ୍ୟ ହେଉଛି ଜୀବନଧାରଣର ପ୍ରମୁଖ ଶସ୍ୟ। ଯାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜିର ବୈଠକରେ ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷ ସମ୍ପର୍କିତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରାଯାଇଥିଲା।
Powered by Froala Editor