ଦିଲ୍ଲୀ ମନ୍ତ୍ରୀଙ୍କ ଅଡୁଆ ବଢ଼ିଲା : ୨.୮୫ କୋଟି ଟଙ୍କା ସମେତ ସୁନା ମୁଦ୍ରା ଜବତ
ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଚଢାଉ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨.୮୫ କୋଟିର ନଗଦ ଟଙ୍କା ନଗଦ ଟଙ୍କା ସମେତ ବିପୁଳ ପରିମାଣର ସୁନା ମୁଦ୍ରା ଜବତ କରିଛି। ଏଥିସହ ମନି ଲଣ୍ଡରିଂ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍କୁ ମଧ୍ୟ ଇଡି ଠାବ କରିଛି।
ସୋମବାର ଇଡି ପକ୍ଷରୁ ଦିଲ୍ଲୀର ୭ଟି ସ୍ଥାନରେ ରେଡ୍ କରାଯାଇଥିଲା। ରେଡ୍ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ରାମ ପ୍ରକାଶ ଜୁଏଲର୍ସ ଲିଃ ରହିଥିଲା। ଜୁଏଲର୍ସ ପରିସରରୁ ଅଘୋଷିତ ୨.୨୩ କୋଟି ଟଙ୍କା ଜବତ ହୋଇଛି। ଇଡି କହିଛି ବୈଭବ ଜୈନ, ଅନୁଷ୍କା ଜୈନ, ନବୀନ ଜୈନ ହେଉଛନ୍ତି ରାମ ପ୍ରକାଶ ଜୁଏଲର୍ସର ନିର୍ଦ୍ଦେଶକ। ସେମାନେ ସିଧାସଳଖ ଭାବେ ସତ୍ୟେନ୍ଦ୍ର ଜୈନଙ୍କ ସହ ମନି ଲଣ୍ଡରିଂ ମାମଲାରେ ଜଡ଼ିତ ଅଛନ୍ତି।
ଜୈନଙ୍କୁ ମେ ୩୦ ତାରିଖରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ର ଅପରାଧିକ ଧାରା ଅନୁଯାୟୀ ଇଡି ଗିରଫ କରିଥିଲା ଏବଂ ସେ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ଅଛନ୍ତି। ତାଙ୍କ ବିରୋଧରେ ମନି ଲଣ୍ଡରିଂ ତଦନ୍ତର ଏକ ଅଂଶ ଭାବରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ତାଙ୍କ କଥିତ ସହଯୋଗୀଙ୍କ ପରିସରରେ ଚଢାଉ କରାଯିବା ପରେ ୨.୮୫ କୋଟି ଟଙ୍କା ଏବଂ ୧୩୩ଟି ସୁନା ମୁଦ୍ରା (ଯାହାର ଓଜନ ୧.୮ କିଲୋଗ୍ରାମ) ଜବତ କରାଯାଇଛି ବୋଲି ଇଡି ମଙ୍ଗଳବାର କହିଛି।
Powered by Froala Editor