Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ...

  • ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ‘ଏଜୁକେଟ୍‌ ...

  • ଶିକ୍ଷକମାନେ TET ପାସ୍‌ କରିବାକୁ ପଡ଼ିବ

  • ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ...

  • ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ...

  • ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ...

  • ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି ...

  • ଦ୍ୱିପାକ୍ଷିକ ଆଲୋଚନା ପରେ ଏହା କହିଲେ ...

  • ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ ...

  • ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ...

ରାଜ୍ୟ
Home ›› ରାଜ୍ୟ ››ଅସହାୟ ପ୍ରାଣୀମାନଙ୍କୁ ସେବା ଯୋଗାଇ ଦେବାପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨ ଜାରୀ

ଅସହାୟ ପ୍ରାଣୀମାନଙ୍କୁ ସେବା ଯୋଗାଇ ଦେବାପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨ ଜାରୀ

2022-06-07 16:52:16
14455
Share:
Facebook
Twitter
E-Mail
WhatsApp
Telegram
ଅସହାୟ ପ୍ରାଣୀମାନଙ୍କୁ ସେବା ଯୋଗାଇ ଦେବାପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨ ଜାରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline)  ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ। 


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ସହରାଞ୍ଚଳରେ ହେଲ୍‌ପ ଲାଇନ ୟୁନିଟ୍‌ ସହିତ ପ୍ରାଣୀ ଆମ୍ବୁଲାନ୍‌ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ଏଥିପାଇଁ କାମ କରୁଥିବା ଅଣ-ସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ଦ୍ବାରା ଏହି ପଶୁ ମାନଙ୍କ ସେବା ଆହୁରି ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ଏବଂ ପ୍ରାଣୀସଂପଦ ବିଭାଗର କର୍ମଚାରୀ ମାନଙ୍କୁ ଏଥିରେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


ସୂଚନାଯୋଗ୍ୟ ଯେ ବୁଲା ପ୍ରାଣୀ ମାନଙ୍କ ଚିକିତ୍ସା ଓ ସେବା ପାଇଁ ଜାରୀ ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ୧୯୬୨ ଦିନରାତି ଚବିଶ ଘଣ୍ଟା କାର୍ଯ୍ୟକାରୀ ହେବ। ଏହାଦ୍ବାରା ଜରୁରୀ ସମୟରେ ପ୍ରାଣୀମାନଙ୍କୁ ଚିକିତ୍ସା ସେବା ମିଳିପାରିବ। 


ସେହିପରି ଟେଲି ଭେଟେରିନାରୀ ସେବା ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟ ଓ ପ୍ରାଣୀସଂପଦ କାର୍ଯ୍ୟକ୍ରମ ଗୁଡିକ ରାଜ୍ୟର ଚାଷୀ ମାନଙ୍କ ରୋଜଗାର ବୃଦ୍ଧି କରିବାରେ ସହାୟକ ହୋଇଛି ଏବଂ ରାଜ୍ୟ ସରକାର ସେମାନଙ୍କ ପ୍ରାଣୀସଂପଦକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଟେଲି ଭେଟେରିନାରୀ ସେବା ବ୍ୟବସ୍ଥା ଦ୍ବାରା ଏହି କାର୍ଯ୍ୟକ୍ରମ ଆହୁରି ଦୃଢ ହେବା ସହିତ ପ୍ରାଣୀପାଳକ ମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ । 


ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ଟୋଲ୍‌ ଫ୍ରି ନମ୍ବର ୧୯୬୨ କିମ୍ବା ୧୫୫୩୩୩ ଜରିଆରେ ଫୋନ କରି ତୁରନ୍ତ ସହାୟତା ମିଳିପାରିବ। ରାଜ୍ୟର ୧୧ଟି ସହରରେ ଆନିମଲ୍‌ ଆମ୍ବୁଲାନ୍‌ସ ବ୍ୟବସ୍ଥା ରହିଛି ଏବଂ ସବୁ ବ୍ଲକ୍‌ରେ ପ୍ରାଣୀସେବା କେନ୍ଦ୍ରର ସୁବିଧା ମଧ୍ୟ ରହିଛି ।


ଏହି ଅବସରରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ ସିଷ୍ଟମ (Fisheries & Animal Resources Mapping System)ର ଶୁଭାରମ୍ଭ ମଧ୍ୟ କରିଛନ୍ତି। ୫-ଟି ଉପକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍‌ ଗୁଡିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ ଏବଂ ଏହାକୁ WEB-GIS ପ୍ଲାଟଫର୍ମରେ ଦେଖାଯାଇ ପାରିବ। ଏହାଦ୍ବାରା ସ୍ବଚ୍ଛତା ଓ ଉତ୍ତରଦାୟୀତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।


ଏହି ଅବସରରେ BAIF Institute ସହିତ ଏକ ବୂଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା । ଏହି ବୁଝାମଣା ଅନୁଯାୟୀ ରାଜ୍ୟରେ ୧୫୦୦ କୃତ୍ରିମ ପ୍ରଜନନ ଟେକ୍‌ନିସିଆନ ନିୟୋଜିତ ହେବେ । ଏହାସହିତ ଗୋପାଳପୁର ଠାରେ ଭେକ୍‌ଟି ଯାଆଁଳ ହାଚେରୀ ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧୀ ସେଣ୍ଟର ଫର ଆକ୍ବା କଲ୍‌ଚର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଭେକ୍‌ଟୀ ମାଛର ଚାହିଦା ବହୁତ ଅଧିକ ଥିବାରୁ ଏହା ମାଛଚାଷୀ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।


ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗ ପକ୍ଷରୁ ରାଜ୍ୟର ପ୍ରାଣୀସଂପଦର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମ ପ୍ରାଣୀପାଳକ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ ।


ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ଆର. ରଘୁପ୍ରସାଦ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।


ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ମିଶନ ଶକ୍ତି କମିଶନର-ତଥା-ସଚିବ ଏବଂ ବିଭିନ୍ନ ଜିଲ୍ଲାରେ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Powered by Froala Editor

Tags Chief minister, Naveen Patnaik, Odisha

Related articles Odisha News Lens 4.1

  • ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ଲୋକଙ୍କ ମୃତ୍ୟୁ ସୂଚନା
    ଦେଶ-ଦେଶାନ୍ତର

    ଆଫଗାନିସ୍ତାନରେ ପ୍ରଚଣ୍ଡ ଭୂକମ୍ପ : ୮୦୦ ଲୋକଙ୍କ ମୃତ୍ୟୁ ସୂଚନା

    15121
    Sep 01, 2025
  • ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ‘ଏଜୁକେଟ୍‌ ଗାର୍ଲସ୍‌’କୁ ମାଗାସେସ୍ ପୁରସ୍କାର
    ଦେଶ-ଦେଶାନ୍ତର

    ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ‘ଏଜୁକେଟ୍‌ ଗାର୍ଲସ୍‌’କୁ ମାଗାସେସ୍ ପୁରସ୍କାର

    13438
    Sep 01, 2025
  • ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ମୋଦୀ
    ଦେଶ-ଦେଶାନ୍ତର

    ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ମୋଦୀ

    14618
    Sep 01, 2025
  • ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ସରିଫଙ୍କୁ  ଆଡ ଆଖିରେ ଚାହିଁଲେନି ମୋଦୀ
    ଦେଶ-ଦେଶାନ୍ତର

    ଏକଘରିକିଆ ହେଲା ପାକିସ୍ତାନ, ଶେହବାଜ ସରିଫଙ୍କୁ ଆଡ ଆଖିରେ ଚାହିଁଲେନି ମୋଦୀ

    13815
    Sep 01, 2025
  • ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ପର୍ଯ୍ୟନ୍ତ ସବୁ ନିୟମରେ ହେଲା ...
    ଦେଶ-ଦେଶାନ୍ତର

    ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ପର୍ଯ୍ୟନ୍ତ ସବୁ ନିୟମରେ ହେଲା ...

    15412
    Sep 01, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ...
    ବାଣିଜ୍ୟ

    ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ...

    13874
    Sep 02, 2025
  • ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ଅଭିନେତା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା
    ମନୋରଞ୍ଜନ

    ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ଅଭିନେତା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା

    15506
    Aug 31, 2025
  • ଶିକ୍ଷକମାନେ TET  ପାସ୍‌ କରିବାକୁ ପଡ଼ିବ
    ଦେଶ-ଦେଶାନ୍ତର

    ଶିକ୍ଷକମାନେ TET ପାସ୍‌ କରିବାକୁ ପଡ଼ିବ

    14197
    Sep 01, 2025
  • ଦ୍ୱିପାକ୍ଷିକ ଆଲୋଚନା ପରେ ଏହା କହିଲେ ପୁଟିନ୍
    ଦେଶ-ଦେଶାନ୍ତର

    ଦ୍ୱିପାକ୍ଷିକ ଆଲୋଚନା ପରେ ଏହା କହିଲେ ପୁଟିନ୍

    15058
    Sep 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସାଂଘାଇରେ ଆତଙ୍କବାଦ ବିରୁଦ୍ଧରେ ବର୍ଷିଲେ ମୋଦୀ

    14618
    Sep 01, 2025
  • ମନୋରଞ୍ଜନ

    ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ମାରିଲେ ଅଭିନେତା, ୟୁଜର୍ସ ଦେଲେ ଏମିତି ପ୍ରତିକ୍ରିୟା

    15506
    Aug 31, 2025
  • ବାଣିଜ୍ୟ

    ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    13874
    Sep 02, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16710
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16812
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17163
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15628
    Apr 03, 2021

ବିଶେଷ

  • ଏତିକି ମାତ୍ରା ଅଲମଣ୍ଡ ଖାଇବା ଶରୀର ପାଇଁ ଭଲ

    15614
    Aug 31, 2025
  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    14366
    Aug 30, 2025
  • ଦୈନିକ ପିଅନ୍ତୁ ଏହି ଜୁସ୍‌

    15055
    Aug 28, 2025
  • ଧରାପୃଷ୍ଠରେ ବିରାଜିଛନ୍ତି ପ୍ରଭୁ ଶ୍ରୀଗଣେଶ

    16235
    Aug 27, 2025
  • ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ରଖନ୍ତୁ ଗଙ୍ଗାଜଳ, ସୁଧୁରିଥାଏ ଆର୍ଥିକ ପରିସ୍ଥିତି

    14393
    Aug 26, 2025

ବାଣିଜ୍ୟ

ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

-    ନୁ୍ୟଟ୍ରିଲାଇଟ ଅଲ୍‌ ପ୍ଲାଣ୍ଟ ପ୍ରୋଟିନ,  ନୁ୍ୟଟ୍ରିଲାଇଟ ଡେଲି ପ୍ଲସ୍‌ ଏବଂ ନୁ୍ୟଟ୍ରିଲାଇଟ ସାଲମନ୍‌ ଓମେଗା-୩ ସଫ୍ଟଜେଲ୍‌ସ୍‌ ସମେତ ପାଞ୍ଚଟି ଅଗ୍ରଣୀ ନୁ ...

  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15551
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15201
    Aug 19, 2025
  • ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

    15686
    Aug 10, 2025
  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14783
    Aug 06, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶିକ୍ଷକମାନେ TET ପାସ୍‌ କରିବାକୁ ପଡ଼ିବ

    14197
    Sep 01, 2025
  • ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ବିବାହ କରିବେ ସାଇ ଧନଶିକା ଓ ବିଶାଲ

    13750
    Aug 31, 2025
  • ପ୍ରଥମ ଭାରତୀୟ ଏନ୍‌ଜିଓ ଭାବେ ‘ଏଜୁକେଟ୍‌ ଗାର୍ଲସ୍‌’କୁ ମାଗାସେସ୍ ପୁରସ୍କାର

    13438
    Sep 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In