ଇକବାଲ୍ଙ୍କ ପ୍ରେମରେ ପଡ଼ିଛନ୍ତି ସୋନାକ୍ଷୀ !
ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ପ୍ରେମରେ ପଡିଛନ୍ତି । ଏକଥା ଆମେ କହୁନୁ, ତାଙ୍କର କିଛି ଚାର୍ଟକୁ ନେଇ ଫ୍ୟାନ୍ସ ମାନେ କହୁଛନ୍ତି । ନିକଟରେ ସୋନାକ୍ଷୀ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଅଭିନେତ୍ରୀଙ୍କ ଜନ୍ମଦିନରେ ଜହିର ଇକବାଲ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସୋନାକ୍ଷୀ ସିହ୍ନା ଏକ ଫ୍ଲାଇଟ୍ରେ ବସିଥିବା ବେଳେ ଜହିର ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି। ଭିଡିଓ କ୍ୟାପସନ ଲେଖିଛନ୍ତି, ‘ଜନ୍ମଦିନର ବହୁତ ଶୁଭେଚ୍ଛା … ମୋତେ ମାରି ନ ଥିବାରୁ ଧନ୍ୟବାଦ। ମୁଁ ତୁମକୁ ଭଲ ପାଏ … ଲଭ ୟୁ…। ଏହି ପୋଷ୍ଟରେ ସୋନା ମଧ୍ୟ ଖୁବ୍ ସୁନ୍ଦର ଢଙ୍ଗରେ ରିପ୍ଲାଏ ଦେଇଛନ୍ତି। ଏହାକୁ ଦେଖିଲା ପରେ ଲାଗୁଛି ବୋଧ ହୁଏ ଦୁହେଁ ସମ୍ପର୍କକୁ ଖୋଲାଖୋଲି ଭାବେ ପ୍ରକାଶ କରୁଛନ୍ତି।
ଏହା ପୂର୍ବରୁ ଏକ ସାକ୍ଷାତକାରରେ ଜହିର ଇକବାଲ ତାଙ୍କର ଏବଂ ସୋନାକ୍ଷୀ ସିହ୍ନାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ। କହିଥିଲେ, ‘ଏହି ଗୁଜବ ଗୁଡିକ ବହୁତ ଦିନ ହେଲା ଚାଲିଛି । ହେଲେ ମୁଁ ଏସବୁ ଉପରେ ଧ୍ୟାନ ଦେଉ ନାହିଁ ।
କିନ୍ତୁ ଏବେ ଦୁହେଁ ସୋସିଆଲ ମିଡିଆରେ ଖୋଲାଖୋଲି ଭାବରେ ପରସ୍ପରକୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି। କୁହାଯାଉଛି କି ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି ହେଲେ ସେମାନଙ୍କ ତରଫରୁ କୌଣସି ସୂଚନା ମିଳି ନାହିଁ । ଏସବୁ ଉପରେ ସୋନାକ୍ଷୀ ସିହ୍ନା ଏ ପର୍ଯ୍ୟନ୍ତ ଚୁପ୍ ରହିଛନ୍ତି।
Powered by Froala Editor