ଚର୍ଚ୍ଚରେ ଫୁଟିଲା ଗୁଳି, ୫୦ ମୃତ
ଅବୁଜା: ଚର୍ଚ୍ଚରେ ଫୁଟିଲା ଗୁଳି, ୫୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା । ନାଇଜେରିଆର ଓଣ୍ଡୋ ରାଜ୍ୟର ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ ଚର୍ଚ୍ଚରେ କିଛି ବନ୍ଧୁକଧାରୀ ପ୍ରବେଶ କରି ଅତର୍କିତ ଆକ୍ରମଣ କରିବା ପରେ ମହିଳା ଓଓ୍ବ ଶିଶୁଙ୍କ ସମେତ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି । ଓଣ୍ଡର ଓଓ୍ବ କ୍ୟଥୋଲିକ ଚର୍ଚ୍ଚରେ ପୋପ ମାନେ ଏକାଠି ହୋଇଥିବା ବେଳେ ବନ୍ଧୁକଧାରୀମାନେ ଆକ୍ରମଣ କରିଥିବା ସ୍ଥାନୀୟ ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ ପ୍ରଥମେ ବନ୍ଧୁକଧାରୀ ମାନେ ଚର୍ଚ୍ଚରେ ପ୍ରବେଶ କରି ବିସ୍ଫୋରଣ କରିବା ପରେ ବନ୍ଧୁକରୁ ମନଇଚ୍ଛା ଗୁଳିଚାଳନା ଆରମ୍ଭ କରିଥିଲେ । ଏନେଇ ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ଓଣ୍ଡୋ ରାଜ୍ୟପାଳ ଏକ ବିବୃତ୍ତିରେ ଜାରି କରି ଶୋକବ୍ୟକ୍ତ କରିଥିବା ବେଳେ ରାଷ୍ଟ୍ରପତି ମହମ୍ମଦ ବୁହାରି ଏହି ଆକ୍ରମଣକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି । ଘଟଣାସ୍ଥଳରେ ସୁରକ୍ଷାବାହିନୀ ନିୟୋଜିତ ଅଛନ୍ତି । ତେବେ କୋଉଁକାରଣକୁ କେନ୍ଦ୍ର କରି ବନ୍ଧୁକଧାରୀ ମାନେ ଏପରି ଆକ୍ରମଣ କଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
Powered by Froala Editor