ଜଳିଗଲା କଣ୍ଟେନର୍ ଡିପୋ, ୩୫ଜଣଙ୍କ ମୃତ୍ୟୁ

ଦକ୍ଷିଣପୂର୍ବ ବାଂଲାଦେଶର ସ୍ଥଳ ଭାଗରେ ଥିବା ଗୋଟାଏ ‘କଣ୍ଟେନର୍ ଡିପୋ’ରେ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୩୫ଜଣଙ୍କର ମୃତ୍ୟୁ ଘଟିଛି ଓ ୪୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।
ସୂଚନା ମୁତାବକ, ବନ୍ଦର ସହର ଚିଟଗାଓଁ ଠାରୁ ୪୦ କିଲୋମିଟର ଦୂରେ ଥିବା ସୀତାକୁଣ୍ଡୁରେ ଏକ ଡିପୋରେ ହଠାତ୍ ଶନିବାର ରାତିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଘରର ଝରକାଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା। ଏଥିରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛି ଦମକଳକର୍ମୀ ଓ ପୁଲିସ କର୍ମୀ ମଧ୍ୟ ସାମିଲ ଅଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ପରେ ଅନେକ କଣ୍ଟେନର୍ ଫାଟି ଯାଇଥିଲା। ଏହାପରେ ଚାରିଆଡେ ନିଆଁ ବ୍ୟାପିଯାଇଥିବା ନେଇ ସୂଚନା ମିଳିଛି।
କଣ୍ଟେନର ଡିପୋରେ କେମିକଲ ଥିବା ଯୋଗୁଁ ନିଆଁ ଲାଗିଛି। ହାଇଡ୍ରୋଜେନ୍ ପିରୋକ୍ସାଇଡ୍ ଥିବା କୌଣସି କେଣ୍ଟେନର ଜଳି ତୁରନ୍ତ ଚାରିଆଡ଼କୁ ନିଆଁ ବ୍ୟାପିଯାଇଥାଇ ପାରେ ବୋଲି ଅଗ୍ନିଶମ ଅଧିକାରୀମାନେ ସନ୍ଦେହ କରୁଛନ୍ତି।
Powered by Froala Editor