ୟୁ-ଟ୍ୟୁବ୍ ଏବଂ ଟ୍ୱିଟରରୁ ହଟିବ ‘ଶଟ୍’ ବିଜ୍ଞାପନ

କିଛି ଅତର କମ୍ପାନୀ ଆପତ୍ତିିଜନକ ବିଜ୍ଞାପନ ପ୍ରସାରଣ କରୁଥିବାରୁ ଅପରାଧ ବଢୁଛି ବୋଲି ଅଭିଯୋଗ ଆସିଥିଲା । ଯାହାକି ରେପ୍ ସଂସ୍କୃତିକୁ ପ୍ରେତ୍ସାହିତ କରୁଥିଲା । ଏହାପରେ ଏକ ଅତର କମ୍ପାନୀ ‘ଶଟ୍’ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏନେଇ ୟୁ-ଟ୍ୟୁବ୍ ଏବଂ ଟ୍ୱିଟରକୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟ। ବାବାଦୀୟ ଆଡ୍କୁ ସୋଶାଲ ମିଡିଆ ୟୁ-ଟ୍ୟୁବ୍ ଏବଂ ଟ୍ୱିଟରରୁ ହଟାଇବାକୁ ନିର୍ଦ୍ଦେଶ ହୋଇଛି।
ଏହି ଅତର କମ୍ପାନୀ ‘ରେପ ସଂକୃତି’କୁ ପ୍ରୋତ୍ସାହିତ କଲା ଭଳି ବିଜ୍ଞାପନ ପ୍ରକାଶ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ‘ଶଟ୍’ ବିଜ୍ଞାପନରେ ଜଣେ ଯୁବକ ଓ ଯୁବତୀ ଦମ୍ପତି ଭାବେ ଗୋଟିଏ ରୁମରେ ଏକ ବେଡ୍ରେ ବସିଛନ୍ତି। ସେହି ରୁମକୁ ଆଉ ୪ ଜଣ ଯୁବକ ପ୍ରବେଶ କରୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ‘ଶଟ୍ ମାରା ଲଗତା ହେ’ କହୁଛନ୍ତି । ତେବେ ବେଡରେ ବସିଥିବା ଯୁବକ ଜଣକ ‘ହଁ ମାରା ନା’ ଅର୍ଥାତ ତୁମେ କରିପାରିବ ବୋଲି କହୁଛନ୍ତି। ଏହା ପରେ ପ୍ରଥମ ଯୁବକ ଜଣକ କହୁଛନ୍ତି ‘ଅବ୍ ହମାରୀ ବାରି’। ଏହା କହି ଯୁବକ ଜଣକ ସେହି ଯୁବତୀଙ୍କ ପାଖକୁ ଯାଉଛନ୍ତି। ଯେଉଁଥିରେ ଯୁବତୀ ଜଣକ ନିଜକୁ ଅସ୍ୱାଭାବିକ ମନେ କରୁଛନ୍ତି। ଏହା ପରେ ଯୁବକ ଜଣକ ସେଠାରେ ଥିବା ‘ଶଟ୍’ ବଡି ସ୍ପ୍ରେ ବଟଲକୁ ଉଠାଉଛନ୍ତି।
ସମାନ ବ୍ରାଣ୍ଡର ଆଉ ଏକ ବିଜ୍ଞାପନରେ ସମାନ ଢଙ୍ଗରେ ଅଭିନୟ ପ୍ରଦର୍ଶିତ ହୋଇଛି। ଯେଉଁଥିରେ ୪ ଜଣ ଯୁବକ ଏକ ଷ୍ଟୋର ରୁମରେ ଅଛନ୍ତି। ସେଠାରେ ଜଣେ ଯୁବତୀ ଏକା ଅଛନ୍ତି । ୪ ଜଣ ଯୁବକ ଜଣେ ଯୁବତୀଙ୍କୁ ମନ୍ଦ ଉଦ୍ଦଶ୍ୟରେ ନଜର ପକାଉଛନ୍ତି। ସେଥିରେ ସେମାନେ ଆପତ୍ତିଜନକ ଭାଷା ମଧ୍ୟ ବ୍ୟବହାର କରୁଛନ୍ତି। କହୁଛନ୍ତି ‘ହମ୍ ଚାର ଔର ୟେ ଏକ ! ଶଟ୍ କୌନ ଲେଗା।’ ଏଭଳି ଶୁଣି ଯୁବତୀ ଜଣକ ଡରି ଯାଉଛନ୍ତି। ପରେ ଜଣେ ଯୁବକ ଷ୍ଟୋର ରୁମ୍ରେ ଥିବା ଏକ ସ୍ପ୍ରେ ବଟଲକୁ ଉଠାଉଛନ୍ତି। ଯେଉଁଥିରେ ଶଟ୍ ବୋଲି ଉଲ୍ଲେଖ ରହିଛି। ଅତର କମ୍ପାନୀର ଏହି ଦି-ଅର୍ଥମୂଳକ ବିଜ୍ଞାପନକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ହୋଇଛି।
ଏହାକୁ ନେଇ ଚହଳ ସୃଷ୍ଟି ହେବା ପରେ ମାମଲାକୁ ଗୁରୁତର ସହ ନେଥିଲେ ଦିଲ୍ଲୀ ମହିଳା କମିଶନର ସ୍ୱାତି ମାଲିୱାଲ। ଦିଲ୍ଲୀ ମହିଳା କମିଶନର ସ୍ୱାତି ମାଲିୱାଲ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିଲେ। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ନେବାକୁ ସେ ଚିଠିରେ ଦର୍ଶାଇ ଥିଲେ । ସେହିପରି ଦିଲ୍ଲୀ ପୁଲିସକୁ ଏକ ନୋଟିସ ଜାରି କରି ଉକ୍ତ କମ୍ପାନୀ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor