ନାବାଳିକାକୁ ଗଣଦୁଷ୍କର୍ମ ମାମଲା : ଆଉ ଜଣେ ଅଭିଯୁକ୍ତ ଗିରଫ

ହାଇଦ୍ରାବାଦରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ପ୍ରଥମ ଅଭିଯୁକ୍ତ ୧୮ ବର୍ଷିୟ ସାଦ୍ଦୁଦିନ୍ ମଲିକଙ୍କୁ ଗିରଫ କରାଯାଇଥିଲା।ଆଜି ସକାଳୁ ଏହି ମାମଲାରେ ଜଡ଼ିତ ଥିବା ଦ୍ୱିତୀୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି। ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ନାବାଳକ ଥିବାରୁ ପୋଲିସ୍ ହେପାଜତକୁ ନିଆଯାଇ ଆଜି ସେମାନଙ୍କୁ ପଚରାଉଚରା କରାଯିବ।
ମୁଖ୍ୟ ଅଭିଯୁକ୍ତ ସାଦ୍ଦୁଦିନ୍ ମଲିକକୁ କୋର୍ଟରେ ହାଜର କରାଯିବ। ତଦନ୍ତ ପାଇଁ ତାକୁ ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ୍। କୁହାଯାଉଛି ଅଭିଯୁକ୍ତ ଜଣକ ଟିଆରଏସ୍ ଦଳର ଜଣେ ନେତାଙ୍କ ପୁଅ। ତା’ସହ ଅନ୍ୟ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଓ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀଙ୍କ ନାତି ବି ଥିବା କୁହାଯାଉଛି। ଏହାପରେ ସିସିଟିଭି ଫୁଟେଜ୍, CDRକୁ ତଦନ୍ତ କରାଯିବା ପରେ ଗୃହମନ୍ତ୍ରୀଙ୍କ ନାତି ସମ୍ପୃକ୍ତ ନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମେ ୨୮ ତାରିଖ ଦିନ ସହରର ପୋସ୍ ଜୁଭିଲି ହିଲ୍ସ୍ ଅଞ୍ଚଳରେ ଥିବା ଏକ ପବ୍ରେ ଆୟୋଜିତ ପାର୍ଟିରେ ଯୋଗ ଦେଇ ଘରକୁ ଫେରିବା ବେଳେ ୧୭ ବର୍ଷୀୟ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ସେମାନେ ନାବାଳିକାଙ୍କୁ ଘରେ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ନାବାଳିକା ଜଣକ ତାଙ୍କ ସହ ଯିବା ପାଇଁ ରାଜି ହୋଇଥିଲେ। ହେଲେ ଏହି ୫ ଅଭିଯୁକ୍ତ ଯୁବତୀଙ୍କୁ ଘର ଛାଡ଼ିବା ପରିବର୍ତ୍ତେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏନେଇ ଝିଅର ବାପା ଥାନାରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୫ଜଣ ନାଁରେ ମାମଲା ରୁଜୁ କରିଛି।
Powered by Froala Editor