ଅନ୍ଧବିଶ୍ୱାସ: ପୁଅକୁ କାମୁଡ଼ିଲା ଚିତି, ଗୁଣିଆ ପାଖକୁ ନେଲେ ପରିବାର

ଦୁନିଆ କେଉଁଠି ପହଞ୍ଚିଲାଣି । ଲୋକେ ଟେକ୍ନୋଲୋଜି ସହ ପାଦ ମିଶାଇ ଚାଲିଲେଣି । କିନ୍ତୁ ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅନ୍ଧବିଶ୍ୱାସ ଛାଡିପାରୁନାହାନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ।
ତେଲକୋଇ ଥାନା ସିନ୍ଦୁରିଆ ଗ୍ରାମର ଭଗାମୁଣ୍ଡା ସାହି ପ୍ରଫୁଲ୍ଲ ନାୟକ ଙ୍କ ବଡ଼ ପୁଅ ଶ୍ରୀକାନ୍ତ ନାୟକ(୨୨) ଶୁକ୍ର ବାର ରାତିରେ ଖାଇ ସାରି ଶୋଇବାକୁ ଯାଇଥିଲେ । ଅସହ୍ୟ ଗୁଳୁଗୁଳି ଯୋଗୁଁ ପୁଅ ଶ୍ରୀକାନ୍ତ ଘର ବାରଣ୍ଡାରେ ସୋଇଥିଲା । ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଶ୍ରୀକାନ୍ତ ଙ୍କୁ କାମୁଡ଼ି ଦେଇଥିଲା । ଶ୍ରୀକାନ୍ତ ଜାଣିବାପରେ ପରିବାର ଲୋକଙ୍କୁ ଉଠାଇ ଘଟଣା ସମ୍ପର୍କରେ କହିଥିଲେ । ପରିବାର ଲୋକ ସଙ୍ଗେ ସଙ୍ଗେ ସାପକୁ କାବୁ କରିବା ସହିତ ଗୁଣିଆ ସହାୟତାରେ ଝଡ଼ା ଫୁଙ୍କା ଆରମ୍ଭ କରିଥିଲେ । ଧିରେ ଧିରେ ଅବସ୍ଥା ଗୁରୁତର ହେବାରୁ ପୁଅ କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତି କରିଥିଲେ । ମାତ୍ର ସେଠାରେ ତାର ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ତେଲକୋଇ ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି । ତେବେ ସଚେତନତା ଅଭାବରୁ ଏଭଳି ଅପମୃତ୍ୟ ଘଟୁଥିବା କୁହା ଯାଉଛି ।
Powered by Froala Editor