ମର୍ସିଡିସ୍ କାର୍ ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ
![ମର୍ସିଡିସ୍ କାର୍ ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ](https://odishanewslens.com/news_gallery/13844_1654280544.jpg)
ହାଇଦ୍ରାବାଦରେ ମର୍ସିଡିସ୍ କାର୍ ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୫ ଜଣ ନାବାଳକ । ଏଥିରେ ବିଧାୟକଙ୍କ ପୁଅ ବି ସାମିଲ୍ ଥିବା ସୂଚନା ମିଳିଛି। ସମସ୍ତ ଛାତ୍ର ଏକାଦଶ ଓ ଦ୍ବାଦଶ ଶ୍ରେଣୀର ହୋଇଥିବା ଜଣାଯାଇଛି । ଏନେଇ ହାଇଦ୍ରାବାଦ ଜୁବଲି ହିଲ୍ସ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଆଇପିସିର ଧାରା ୩୫୪ ଓ ୩୭୬ ଅନୁସାରେ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାରେ ବ୍ୟବହୃତ ମର୍ସିଡିଜ ବେଞ୍ଜ କାର୍କୁ ଜବତ କରିଛି ପୋଲିସ ।
୧୭ ବର୍ଷ ବୟସ୍କା ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା କରାଇଛି । ଶନିବାର ରାତିରେ ଏହି ନାବାଳିକା ଜଣକ ଜଣେ ସାଂଗ ସହ ଏକ ପବ୍କୁ ଯାଇଥିଲେ । ସେମାନେ ଫେରିବା ବାଟରେ ୫ଜଣ ଛାତ୍ର ତାଙ୍କୁ କାରରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ଶନିବାର ଏକ ପବ୍ ସାମନାରେ ଏହି ନାବାଳକମାନଙ୍କ ସହ ନାବାଳିକା ଜଣକ ଠିଆହୋଇଥିବାର ସିସିଟିଭି ଦୃଶ୍ୟ ରହିଛି ।
ପୁଲିସ ଅଫିସରଙ୍କ ସୂଚନା ଅନୁସାରେ, ସେଦିନ ପାର୍ଟିରେ ବିଧାୟକଙ୍କ ପୁଅଙ୍କ ସହ ସଂଖ୍ୟଲଘୁ ବୋର୍ଡର ଅଧ୍ୟକ୍ଷଙ୍କ ପୁଅ ବି ନାବାଳିକାଙ୍କ ସହ ଥିଲେ।
Powered by Froala Editor