ଲରି ସହ ଧକ୍କା ହେଲା ବସ୍, ଜଳିଗଲେ ୭ ଜଣ

କର୍ଣ୍ଣାଟକ କଲବୁର୍ଗି ଜିଲ୍ଲାରେ ଏକ ସ୍ଲିପର କୋଚ୍ ଜଳିଯାଇଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣାରେ ବସ୍ରେ ଥିବା ୭ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ୧୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ କଲବୁର୍ଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା ସକାଳ ପ୍ରାୟ ସାଢେ ୬ଟା ବେଳେ ହୋଇଥିଲା। ଗୋଆରୁ ହାଇଦ୍ରାବାଦ ଯାଉଥିବା ଯାତ୍ରୀବାହୀ ବସ୍ ବିଦର-ଶ୍ରୀରଙ୍ଗପଟନା ଜାତୀୟ ରାଜମାର୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲରି ସହ ଧକ୍କା ଲାଗିବା ପରେ ବସଟିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ବେଳେ ବସ୍ରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ନିଆଁ ଲାଗି ଜଳୁଥିବା ବସ୍ ନିକଟକୁ ସ୍ଥାନୀୟ ଲୋକେ ଯାଇ ପାରିନଥିଲେ। ଏଣୁ ତୁରନ୍ତ ଦମକଳ ବିଭାଗ ଓ ସ୍ଥାନୀୟ ପୋଲିସକୁ ସୂଚିତ କରିଥିଲେ। ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେତବେଳେକୁ ବସଟି ସମ୍ପୂର୍ଣ୍ଣ ଜଳି ସାରିଥିଲା। ଦୁର୍ଘଟଣାରେ ଲରିଟି ମଧ୍ୟ ଜଳି ଯାଇଛି। ତେବେ ଲରିରେ ଥିବା ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରି ନାହିଁ। ପୋଲିସ ମାମଲାର ତଦନ୍ତ କରୁଛି।
Powered by Froala Editor