ଜ୍ୟୋତିଙ୍କୁ ଭଲ ପାଉଥିଲେ କେକେ, ତାଙ୍କୁ ବାହା ହେବାକୁ ସେଲ୍ସମ୍ୟାନ ଚାକିରି କରିଥିଲେ
ବଲିଉଡର ଲୋକପ୍ରିୟ ଗାୟକ କ୍ରୀଷ୍ଣକୁମାର କୁନ୍ନାଥ ତଥା କେକେଙ୍କ ଦେହାନ୍ତରେ ସାରା ବଲିଉଡ ସ୍ତବ୍ଧ ହୋଇଯାଇଛି । ୫୩ ବର୍ଷୀୟ କେକେଙ୍କର ଏମିତି ହଠାତ୍ ଦେହାନ୍ତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି । ତେବେ ଜାଣିଛନ୍ତି କି, କେକେ ନିଜ ପର୍ସନାଲ ଲାଇଫକୁ କିନ୍ତୁ ମିଡିଆଠାରୁ ଦୂରେଇ ରଖିଥିଲେ। ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଥିବା କେକେଙ୍କ ପାଇଁ ପ୍ରେରଣ ସାଜିଥିଲେ ତାଙ୍କ ପତ୍ନୀ ଜ୍ୟୋତି । ପତ୍ନୀ ଜ୍ୟୋତି ଓ ୨ ପିଲାଙ୍କୁ ନେଇ କେକେଙ୍କର ବେଶ୍ ହସଖୁସିର ସଂସାର ଥିବା ବେଳେ ଏବେ ତାହା ଭାଙ୍ଗି ଚୁରମାର ହୋଇଯାଇଛି।
ଜ୍ୟୋତି ତାଙ୍କ ପିଲା ଦିନର ସାଙ୍ଗ । ଯାହାକୁ ଆରମ୍ଭରୁ ଭଲ ପାଇଥିଲେ ତାଙ୍କୁ ହିଁ ଜୀବନସାଥୀ କରିଥିଲେ କେକେ। ସ୍କୁଲରୁ ହିଁ ଆରମ୍ଭ ହୋଇଥିଲା କେକେଙ୍କ ପ୍ରେମ କାହାଣୀ । ଜ୍ୟୋତିଙ୍କୁ ଷଷ୍ଠରେ ପଢିବା ବେଳେ ସେ ହୃଦୟ ଦେଇ ବସିଥିଲେ । ତାଙ୍କ ସହ ଡେଟ୍ କରିଥିଲେ ଓ ତାଙ୍କୁ ହିଁ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ । ରୋମାଣ୍ଟିକ୍ କିଙ୍ଗ କୁହାଯାଉଥିବା କେକେ ଜ୍ୟୋତିଙ୍କ ବ୍ୟତୀତ ଅନ୍ୟ କୌଣସି ଝିଅ ସହ କଥା ହେବାକୁ ମଧ୍ୟ ସାହସ କରିପାରୁ ନଥିଲେ । ତାଙ୍କୁ ନେଇ ଜ୍ୟୋତି ଏକ ବଡ ଖୁଲାସା କରିଥିଲେ । ଏଥିରେ ସେ କେକେଙ୍କ ଓ୍ବାନ ଓ୍ବାଇଫ୍ ମ୍ୟାନ୍ ବୋଲି କହିଥିଲେ । ଦି କପିଲ ଶର୍ମା ସୋ’ରେ ଥରେ କେକେ କହିଥିଲେ, ‘ମୁଁ ମୋ ଜୀବନରେ କେବଳ ଗୋଟିଏ ଝିଅକୁ ଡେଟ୍ କରିଥିଲି ଏବଂ ସେ ମୋର ପତ୍ନୀ ଜ୍ୟୋତି । ଏହାକୁ ନେଇ ବେଳେ ବେଳେ ମୋ ପିଲାମାନେ ମୋତେ ଥଟ୍ଟା କରନ୍ତି ।
1991ରେ ଉଭୟ ବିବାହ କରିଥିଲେ । କିନ୍ତୁ ବିବାହ କରିବା ପାଇଁ କେକଙ୍କୁ ନିଜ ପାଇଁ ଚାକିରି ଖୋଜିବାକୁ ପଡ଼ିଲା । ବହୁତ ଖୋଜାଖୋଜି ପରେ ଯେତେବେଳେ ସେ କିଛି ପାଇଲେ ନାହିଁ, ସେତେବେଳେ ସେ ଜଣେ ସେଲ୍ସ ମ୍ୟାନ ଚାକିରି କରିଥିଲେ । ଏହାପରେ ସେମାନେ ବିବାହ କଲେ । ମାତ୍ର ୬ ମାସ ମଧ୍ୟରେ ସେ ତାଙ୍କ ଚାକିରିରେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ । ଏହାପରେ ସେ ତାଙ୍କ ପତ୍ନୀ ଏବଂ ପିତାଙ୍କ ସମର୍ଥନରେ ସଂଗୀତ ଦୁନିଆରେ ପାଦ ଦେଲେ ।
ବେଶ୍ ସଂଘର୍ଷ କରିଥିବା କେକେ ନିଜ ପାଇଁ ସ୍ୱଳ୍ପ ଟଙ୍କାରେ ଏକ କିବୋର୍ଡ କିଣିଥିଲେ । ଏହାପରେ ସେ ନିଜ ସାଙ୍ଗ ଶିବାନୀ କଶ୍ୟପ ଓ ସୈବଲ ବସୁଙ୍କ ସହ ମିଶି ଜିଙ୍ଗଲ୍ସ କରିବା ଆରମ୍ଭ କଲେ। ଏଥିପାଇଁ ସେ ମୁମ୍ବାଇ ଚାଲି ଆସିଥିଲେ। ମୁମ୍ବାଇରେ ସେ ମ୍ୟୁଜିକ୍ରେ ନିଜ ଭାଗ୍ୟ ପରୀକ୍ଷା କରୁ କରୁ ବହୁତ ଉପରକୁ ଉଠିଚାଲିଲେ ।
Powered by Froala Editor