କେକେଙ୍କ ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ, ଅପମୃତ୍ୟୁ ମାମଲା ରୁଜୁ
![କେକେଙ୍କ ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ, ଅପମୃତ୍ୟୁ ମାମଲା ରୁଜୁ](https://odishanewslens.com/news_gallery/13787_1654071111.jpg)
ଦୁଃଖଦ ଖବର । ଲୋକପ୍ରିୟ ଗାୟକ କ୍ରିଷ୍ଣାକୁମାର କୁନ୍ନାଥ ଓରଫ କେକେଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଆକସ୍ମିକ ବିୟୋଗରେ ସଂଗୀତପ୍ରେମୀ ସ୍ବବ୍ଧ ହୋଇଛନ୍ତି। କୋଲକାତାରେ ଏକ ଶୋ କରୁଥିବା ବଳେ ହଠାତ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ହସପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ତାଙ୍କର ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା । କିନ୍ତୁ ଏବେ କେକେଙ୍କ ଓଠ ଓ ମୁଣ୍ଡରେ କ୍ଷତ ଚିହ୍ନ ଥିବା ଅଭିଯୋଗ ହୋଇଛି। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । କେକେଙ୍କ ମୃତ୍ୟୁକୁ ନେଇ ନ୍ୟୁ ମାର୍କେଟ ପୋଲିସ ଷ୍ଟେସନରେ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ ହୋଇଛି। କେକେଙ୍କ ମୃତ୍ୟୁର କାରଣ କେବଳ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ।
ଖବର ଅନୁଯାୟୀ, କୋଲକାତାରେ ଗୁରୁଦାସ କଲେଜ୍ର ନାଜୁରୁଲା ମଞ୍ଚରେ କେକେ ସଙ୍ଗୀତ ପରିବେଷଣ କରିବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ସେଠାରେ ହିଁ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବଲିଉଡର ଏହି ଲୋକ ପ୍ରିୟ କଣ୍ଠଶିଳ୍ପୀ କେକେଙ୍କର ନିଧନରେ ସବୁଠି ଶୋକର ଛାୟା ଖେଳିଯାଇଛି । କେକେଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି ।
Powered by Froala Editor