ଶିଳ୍ପା ସେଟ୍ଟୀଙ୍କ ପୂରା ପରିବାର କୋଭିଡ ଆକ୍ରାନ୍ତ

ଶିଳ୍ପା ସେଟ୍ଟୀଙ୍କ ପୂରା ପରିବାର କୋଭିଡ ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଜାଣିବା ପରେ ପ୍ରଶଂସକ ଶିଳ୍ପାଙ୍କ ପୂରା ପରିବାରର ଆରୋଗ୍ୟ କାମନା କରିଛନ୍ତି । ତେବେ ଶିଳ୍ପାଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି ।
ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି, ଗତ ୧୦ ଦିନ ହେବ ଆମ ପରିବାର କଷ୍ଟ ଭୋଗୁଛୁ। ପ୍ରଥମେ ମୋ ଶାଶୁ ଓ ଶ୍ବଶୁର କୋଭିଡ ସଂକ୍ରମିତ ହୋଇଥିଲେ। ପରେ ଝିଅ ସମିଶା, ପୁଅ ଭିଆନ, ମୋ ମା ଏବଂ ଶେଷରେ ରାଜ ବି ପଜିଟିଭ୍ ହୋଇଥିଲେ। ସେମାନେ ସମସ୍ତେ ନିଜ ନିଜ କୋଠରୀରେ ଆଇସୋଲେସନରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେଉଛନ୍ତି।
ଶିଳ୍ପାଙ୍କ ଘରେ ଦୁଇଜଣ ସହାୟକ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ଭଗବାନଙ୍କ କୃପାରେ ସମସ୍ତେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଅଭିନେତ୍ରୀ ବିଏମସି ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଏବଂ ସାନିଟାଇଜର ବ୍ୟବହାର କରିବାକୁ ଅପିଲ କରିଛନ୍ତି । ଏହିଭଳି ସଙ୍କଟ ପରିସ୍ଥିତି ମାନସିକ ଭାବେ ଦୃଢ ରହିବାକୁ ଶିଳ୍ପା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
Powered by Froala Editor