ଟ୍ରେନ୍ରେ ଏସି କମ୍ପାର୍ଟମେଣ୍ଟରେ ସିଟ୍ ଅଫର କରି ଯୁବତୀଙ୍କୁ ବଳାତ୍କାର
ପାକିସ୍ତାନର ଏକ ଟ୍ରେନ୍ରେ ଲଜ୍ଜାକର ଘଟଣା ଘଟିଛି । ୩ ଜଣ ଟ୍ରେନ୍ କର୍ମଚାରୀ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର କରିଛନ୍ତି । ମେ’ ୨୭ ତାରିଖରେ ଯୁବତୀ ଜଣଙ୍କ ବାହାଉଦ୍ଦିନ ଜକାରିଆ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କୁ ୩ ଜଣ ରେଳ କର୍ମଚାରୀ ବଳାତ୍କାର କରିଥିଲେ। ଏନେଇ ପୀଡ଼ିତା ଜଣଙ୍କ ପୁଲିସ୍ରେ ଅଭିଯୋଗ କରିଛନ୍ତି। ଏହାକୁ ଆଧାର କରି ପୁଲିସ୍ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୁଲିସ୍ କହିଛି ଯେ ମେଡିକାଲ ଟେଷ୍ଟ ପରେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି। ମହିଳା ଜଣଙ୍କ ଇକୋନୋମି ବର୍ଗରେ ଯାତ୍ରା କରୁଥିଲେ। ଏହି ସମୟରେ ଟିକେଟ କଲେକ୍ଟର ତାଙ୍କ ପାଖକୁ ଆସି ଟ୍ରେନର ଥିବା ଏସି କମ୍ପାର୍ଟମେଣ୍ଟରେ ସିଟ୍ ଅଫର କରିଥିଲେ। ଏଥିରେ ମହିଳା ଜଣଙ୍କ ରାଜି ମଧ୍ୟ ହୋଇ ଯାଇଥିଲେ। ଏହାପରେ ସେ ତାଙ୍କୁ ସାଥୀରେ ଧରି କମ୍ପାର୍ଟମେଣ୍ଟ ଭିତରକୁ ଯାଇଥିଲେ। ସେଠାରେ ପୂର୍ବରୁ ଆଉ ୨ ଜଣ ରେଳ କର୍ମଚାରୀ ରହିଥିଲେ। ୩ ଜଣ ଯାକ ମିଳିତ ଭାବେ ମହିଳାଙ୍କୁ ଦୀର୍ଘ ସମୟ ଧରି ବଳାତ୍କାର କରିଥିଲେ। ମହିଳା ଜଣଙ୍କ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ। ଟ୍ରେନଟି ମୁଲତାନରୁ କରାଚି ଯାଉଥିବା ବେଳେ ଏପରି ଘଟଣା ଘଟିଛି।
Powered by Froala Editor