ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ବୋହୂ , ଆତ୍ମହତ୍ୟା କଲେ ଶ୍ୱଶୁର
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ସର୍ବସମ୍ମୁକରେ ଆତ୍ମହତ୍ୟା କରିଛନ୍ତି । ରାଜେନ୍ଦ୍ର ବହୁଗୁଣାଙ୍କ ବୋହୂ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ନିଜ ନାତୁଣୀକୁ ସେ ଯୌନ ଉତ୍ପୀଡନ ଦେଇଥିବା ନେଇ ବୋହୂ ଅଭିଯୋଗ କରିବାର ୩ ଦିନ ପରେ ରାଜେନ୍ଦ୍ର ବହୁଗୁଣା ଆତ୍ମହତ୍ୟା କରିଛନ୍ତି । ବୋହୂର ଅଭିଯୋଗ ପାଇଁ ବହୁଗୁଣା ଖୁବ୍ ଭାଙ୍ଗି ପଡିଥିଲେ । ୫୯ ବର୍ଷୀୟ ବହୁଗୁଣା ଏମର୍ଜେନ୍ସି ନମ୍ବର ଲଗାଇ ପୁଲିସକୁ ନିଜ ଆତ୍ମହତ୍ୟା ଯୋଜନା ସମ୍ପର୍କରେ କହିଥିଲେ । ପୁଲିସ୍ ଆସି ତାଙ୍କ ବାସଭବନ ନିକଟରେ ପହଞ୍ଚିଲା ବେଳକୁ ରାଜେନ୍ଦ୍ର ବହୁଗୁଣା ଏକ ପାଣି ଟଙ୍କି ଉପରକୁ ଚଢିଯାଇଥିଲେ ଏବଂ ନିଜକୁ ଗୁଳି କରି ଶେଷ କରିଦେବେ ବୋଲି କହିଥିଲେ ।
ତେବେ ପୁଲିସ୍ ଏବଂ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ । ପୁଲିସ୍ ଏକ ଲାଉଡସ୍ପିକର ବ୍ୟବହାର କରି ରାଜେନ୍ଦ୍ରଙ୍କୁ ତଳକୁ ଓହ୍ଲାଇବା ପାଇଁ କହିଥିଲା । କିନ୍ତୁ ରାଜେନ୍ଦ୍ର ଶୁଣିନଥିଲେ । ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି ବୋଲି ସେ ବାରମ୍ବାର କହିଥିଲେ ଏବଂ ସର୍ବସମ୍ମୁଖରେ ନିଜକୁ ଗୁଳି କରି ମାରିଦେିଥିଲେ । ଏବେ ରାଜେନ୍ଦ୍ର ବହୁଗୁଣାଙ୍କ ପୁଅ ପତ୍ନୀ, ଶ୍ୱଶୁର ଏବଂ ଜଣେ ପଡୋଶୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନେ ତାଙ୍କ ପିତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଉଥିଲେ ବୋଲି ସେ ଏତଲାରେ ଦର୍ଶାଯାଇଛି ।
Powered by Froala Editor