ପ୍ରେମିକା ଘରେ ପ୍ରେମିକର ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପୁଅ ପରିବାର

ବ୍ରହ୍ମଗିରି : ପ୍ରେମିକାର ଘରେ ପ୍ରେମିକର ଆତ୍ମହତ୍ୟା । ମୃତକ ହେଲେ ସୂର୍ୟ୍ୟକାନ୍ତ ବିଶ୍ୱାଳ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ସାହୁପଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ତେବେ ଉଭୟ ପ୍ରେମିକା ଓ ପ୍ରେମିକ ସାହୁପଡ଼ା ଗାଁରେ । ତେବେ ପ୍ରେମିକ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ଅଭିଯୋଗ ଆଣିଲେ ପୁଅ ଘର ପରିବାର । ପୁଅକୁ ହତ୍ୟା ପରେ ଫ୍ୟାନ୍ ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।
Powered by Froala Editor