୨୭ରେ ନନ୍ଦନକାନନ ବହୁତଳ ପାର୍କିଂ କମ୍ପେ୍ଲକ୍ସର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବାରଙ୍ଗ: ନନ୍ଦନକାନନରେ ପର୍ୟ୍ୟଟକଙ୍କ ଲାଗି ପ୍ରତିଷ୍ଠା ହୋଇଥିବା ବହୁତଳ ପାର୍କିଂ କମ୍ପେ୍ଲକ୍ସ ଉଦ୍ଘାଟିତ ହେବାକୁ ଯାଉଛି । ଆସନ୍ତା ୨୭ ତାରିଖ ଅପରାହ୍ନ ସାଢେ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ୩ ବର୍ଷରେ କାର୍ୟ୍ୟଶେଷ ହୋଇଥିଲେ ମଧ୍ୟ ଏହାକୁ ଲୋକାର୍ପିତ କରିବା ପାଇଁ ଏକ ବର୍ଷ ସମୟ ଲାଗିଗଲା । ଯାହାକୁ ନେଇ ପର୍ୟ୍ୟଟକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲା ।
୫ ଏକର ପରିମିତ ଜମିରେ ପ୍ରତିଷ୍ଠିତ ଏହି କମ୍ପେ୍ଲକ୍ସ ନିର୍ମାଣରେ ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ହୋଇଛି । ଏହା ତିନିତାଲା ବିଶିଷ୍ଟ । ଏଥିରେ ଏକାସଂଗେ ୫୮୩ କାର ଓ ପ୍ରାୟ ୨ ହଜାର ବାଇକ ରହିବାର ସୁବିଧା ରହିଛି । ଗାଡି ପାର୍କିଂ କରିବା ପରେ ଡ୍ରାଇଭରଙ୍କ ବିଶ୍ରାମ କକ୍ଷ, ପାନୀୟ ଜଳ, ସ୍ନାକ୍ସ ବାର, ସବୁ ସ୍ଥାନରେ ସିସିଟିଭି ଲଗାଯାଇଛି । ଅଗ୍ନି ନିରାପତ୍ତା ସହିତ ଲିଫ୍ଟ, ର୍ୟାମ୍ପ ସହିତ ମହିଳା ଓ ପୁରୁଷମାନଙ୍କ ପାଇଁ ୱାସିଂ ବେସିନ ଓ ଶୌଚାଳୟ ବ୍ୟବସ୍ଥା ରହିଛି । ପାର୍କିଂ ନିକଟରେ ଥିବା ପୁସ୍କରିଣୀ ଓ ଚତୁଃପାଶ୍ୱର୍କୁ ସୁନ୍ଦର ଭାବେ ସଜାଯାଇଛି ।
Powered by Froala Editor