ଦୁଗ୍ଧ ସଂଗ୍ରହ କମାଅ: ଓମଫେଡ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନାର ପ୍ରଭାବ ସବୁ କ୍ଷେତ୍ରରେ ପଡ଼ିଛି । ସବୁ ବ୍ୟବସାୟ ଉପରେ କରୋନାର ପ୍ରଭାବ ପଡ଼ିଛି । ଏହାରି ଭିତରେ ମେ’ ମାସରେ ଦୁଗ୍ଧ ସଂଗ୍ରହ କମାଇବାକୁ ସମସ୍ତ ୟୁନିଅନକୁ ଓମଫେଡ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଆଜି ଠାରୁ ଦୁଗ୍ଧ ସଂଗ୍ରହ କମାଇବାକୁ ଓମଫେଡ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଦୈନିକ ଦୁଗ୍ଧ ସଂଗ୍ରହ ୪ ଲକ୍ଷ ଲିଟରରେ ସୀମିତ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ଲକଡାଉନରେ ଦୁଗ୍ଧ ବିକ୍ରୟ କମିଥିବାରୁ ଓମଫେଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଦୈନିକ ହାରାହାରି ୫.୪୫ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି । ପୂର୍ବର ୩.୭୫ ଲକ୍ଷ ଲିଟର ଚୁଳନାରେ ଏବେ ବିକ୍ରି ୨ ଲକ୍ଷ ଲିଟରକୁ ଖସିଥିବା ଓମଫେଡ ପକ୍ଷରୁ କୁହାଯାଇଛି ।
Powered by Froala Editor