ଦ୍ୱିତୀୟ ଥର ପାଇଁ ମା’ ହେଲେ ଦିଶା ବକାନୀ
ଦିଶା ବକାନୀ ଦ୍ବିତୀୟ ଥର ପାଇଁ ମା’ ହୋଇଛନ୍ତି । ଦିଶା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏ ନେଇ ନିଜେ ତାଙ୍କ ଭାଇ ମୟୂର ବକାନୀ ସ୍ପଷ୍ଟ କରିଛନ୍ତି । ମାମୁଁ ହୋଇଥିବା ମୟୂର ବକାନୀ ମଧ୍ୟ ଖୁସିରେ ଆତ୍ମହରା ହୋଇଯାଇଛନ୍ତି ।
ମୟୁର ବକାନୀ ଶୋ’ରେ ସୁନ୍ଦରଲାଲ ଚରିତ୍ରରେ ନଜର ଆସନ୍ତି । ସେ ଶୋ’ରେ ଦୟାବେନଙ୍କ ଭାଇ ଭୂମିକାରେ ଅଭିନୟ କରୁଥିବା ବେଳେ ରିୟଲ ଲାଇଫରେ ସେ ଦିଶା ବକାନୀଙ୍କ ଭାଇ । ଏକ ସାକ୍ଷତକାରରେ ସେ କହିଛନ୍ତି ଯେ, ସେ ମାମୁଁ ହୋଇ ବହୁତ ଖୁସି । ତାଙ୍କ କହିବା ଅନୁସାରେ, ‘୨୦୧୭ରେ ଦିଶା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏବେ ସେ ପୁଣି ଥରେ ମା’ ହୋଇଛନ୍ତି ଏବଂ ମୁଁ ମାମୁଁ । ଯାହାକୁ ନେଇ ମୁଁ ବହୁତ ଖୁସି ।’
୨୦୧୭ରେ ଦିଶା ପ୍ରଥମ ଥର ଲାଗି ମା' ହେବାକୁ ଯାଉଥିବାରୁ ‘ତାରକ ମେହେଟ୍ଟା କା ଓଲଟା ଚାଷମା’ ଶୋ'ରୁ ବ୍ରେକ୍ ନେଇଥିଲେ। ୨୦୧୯ରେ ଏକ ଏପିସୋଡରେ ତାଙ୍କୁ ଦେଖିବାକୁ ମିଳିଥିଲା। ହେଲେ ସେବେଠାରୁ ଏବେ ଯାଏ ସେ ଫେରି ନାହାନ୍ତି। ଏବେ ଦିଶା ଦ୍ୱିତୀୟ ସନ୍ତାନର ଲାଳନପାଳନରେ ବ୍ୟସ୍ତ ରହିବେ। ତଥାପି ତାଙ୍କ ପ୍ରଶଂସକଙ୍କୁ ଆଉ କିଛି ବର୍ଷ ଅପେକ୍ଷା କରିପାରେ ବୋଲି କୁହାଯାଉଛି।
Powered by Froala Editor