ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୨୦ ଛାତ୍ର ଅସୁସ୍ଥ

ବଲାଙ୍ଗିର: ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୨୦ଜଣ ଛାତ୍ର ଅସୁସ୍ଥ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲରକିପାଲିସ୍ଥିତ ସରକାରୀ ଆଇଟିଆଇ ବଏଜ୍ ହଷ୍ଟେଲରେ । ଗତକାଲି ରାତ୍ରିଭୋଜନ ଖାଇବାରେ ଉକ୍ତ ହଷ୍ଟେଲର ଛାତ୍ରମାନେ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ଦେଇଥିଲେ । ଖାଇବା ପରେ ଛାତ୍ରମାନେ ଅସୁସ୍ଥତା ଅନୁଭବ କରିଥିଲେ । ଏହାପରେ ବଲାଙ୍ଗିର ଭୀମଭୋଇ ମେଡିକାଲ୍ ୨୦ଜଣ ଛାତ୍ରଙ୍କୁ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଛାତ୍ରମାନଙ୍କୁ ଚିକିସôା କରାଯାଉଛି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ତେବେ କେଉଁଭଳି ପରିସ୍ଥିତିରେ ଖାଦ୍ୟରେ ଝିଟିପିଟି ପଡିଲା, ହଷ୍ଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ଏଭଳି ହୋଇଛି ବୋଲି ଛାତ୍ରଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
Powered by Froala Editor