ଭାରତ ପାଇଁ ଗର୍ବ ଓ ଗୌରବ : ସ୍ୱର୍ଣ୍ଣ ଜିତିଲେ ଜରୀନ

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତ ପାଇଁ ରେକର୍ଡ କରିଛନ୍ତି ଯୁବ ବକ୍ସର ନିଖହତ ଜରୀନ । ଫ୍ଲାଏ ୱେଟ କ୍ୟାଟାଗୋରୀର ଫାଇନାଲ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜିଟପଙ୍ଗ ଜୁଟାମସଙ୍କୁ ୫-୦ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ୫୨ କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବିଶ୍ୱ ବକ୍ସିଂ ଚାମ୍ପିୟନସିପ ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ଜରୀନ ପଞ୍ଚମ ମହିଳା ବକ୍ସର । ତାଙ୍କ ପୂର୍ବରୁ ମ୍ୟାରି କମ, ସରିତା ଦେବୀ, ଜେନ୍ନୀ ଆରଏଲ ଓ ଲେଖା କେସି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଫାଇନାଲ ମ୍ୟାଚ୍ରେ ୨୫ ବର୍ଷୀୟ ତେଲେଙ୍ଗାନା ବକ୍ସର ଜରୀନ ତାଙ୍କ ଥାଇଲ୍ୟାଣ୍ଡ ପ୍ରତିପକ୍ଷଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଛନ୍ତି। ଏହି ବାଉଟରେ ଜଜମାନେ ଜରୀନଙ୍କ ସପକ୍ଷରେ ୩୦-୨୭, ୨୯-୨୮, ୨୯-୨୮, ୩୦-୨୭ ଓ ୨୯-୨୮ରେ ରେଜଲ୍ଟ ଘୋଷଣା କରିଛନ୍ତି। ଜରୀନଙ୍କ ବ୍ୟତୀତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପର ୫୭ କେଜି ବର୍ଗରେ ମନୀଷା ମୋନୁ ଓ ଡେବ୍ୟୁଟାଣ୍ଟ ପରଭୀନ ହୁଡା ୬୩ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଜରୀନ ପୂର୍ବତନ ଜୁନିୟର ୟୁଥ ୱାର୍ଲ୍ଡ ଚାମ୍ପିୟନ। ସେ ୨୦୨୧ ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ।
Powered by Froala Editor