ଦନ୍ତାର ଗଳିତ ମୃତଦେହ ଉଦ୍ଧାର
ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମ ବାନାଞ୍ଚଳ ଅନ୍ତର୍ଗତ ଉପରକଟା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର। ଗତ ୨୦ ରୁ ୨୫ ଦିନ ତଳୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହାତୀଟିର ବୟସ ଅଢେଇରୁ ତିନି ବର୍ଷ ହେବ ବୋଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।
ତେବେ ଦୀର୍ଘ ୨୦ ରୁ ୨୫ ଦିନ ହେବ ହାତୀଟିର ମୃତ୍ୟୁ ଘଟିଥିବା ବେଳେ ବନ ବିଭାଗ କର୍ମଚାରୀ କିପରି ଜାଣିପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ବହୁବାର ସଂରକ୍ଷିତ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ଉପରକଟା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ କିଛି ମାସ ମଧ୍ୟରେ ୬ରୁ ଅଧିକ ହାତୀର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି।
Powered by Froala Editor