ବିଜେପିର କୋର କମିଟି ବୈଠକ: ପଞ୍ଚାୟତ ଏବଂ ପୌର ନିର୍ବାଚନର ଫଳାଫଳକୁ ନେଇ ହେବ ସମୀକ୍ଷା
ଭୁବନେଶ୍ବର: ଆରମ୍ଭ ହୋଇଛି ବିଜେପିର କୋର୍ କମିଟି ବୈଠକ । ଦଳର ସାଙ୍ଗଠନିକ ସ୍ଥିତି ମଜବୁତ କରିବା ଠାରୁ ଆରମ୍ଭ କରି ୨୦୨୪ ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତି ଉପରେ ଚାଲିଛି ଆଲୋଚନା । ଦଳ କିପରି ଆଗକୁ ଲୋକଙ୍କ ମନ ଜିଣି କାର୍ୟ୍ୟ କରିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି । ପଞ୍ଚାୟତ ଏବଂ ପୌର ନିର୍ବାଚନର ଫଳାଫଳକୁ ନେଇ ବୈଠକରେ ସମୀକ୍ଷା ହେବ । ବ୍ରଜରାଜନଗର ଉପନିର୍ବାଚନରେ ଲଢେଇ ନେଇ ରଣନୀତି ପ୍ରସ୍ତୁତ ଉପରେ ମଧ୍ୟ ଫୋକସ ଦିଆଯାଇଛି ।
ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଯୋଗ ଦେଇଛନ୍ତି । ସେହିପରି ରାଜ୍ୟ ବିଜେପି ପ୍ରଭାରୀ ଡ଼ି. ପୁରନ୍ଦେଶ୍ବରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ସଭାପତି ତଥା କୋର କମିଟି ସଦସ୍ୟ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଭିସି ଜରିଆରେ ଉପସ୍ଥିତ ଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ଭିସି ମାଧ୍ୟମରେ ଯୋଡ଼ି ହୋଇଛନ୍ତି ।
Powered by Froala Editor