ରାଜୀବ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର
ଭୁବନେଶ୍ୱର: ରାଜୀବ କୁମାର ଦେଶର ନୂଆ ନିର୍ବାଚନ କମିଶନର ନିଯୁକ୍ତ । ମେ ୧୫ ତାରିଖରେ ସେ ଏହି କାର୍ୟ୍ୟଭାର ଗ୍ରହଣ କରିବେ । ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ ୧୪ ତାରିଖରେ ଅବସର ନେଉଛନ୍ତି । ତାଙ୍କ ଅବସର ପରେ ସେ ଏହି ନୂଆ ଦାୟିତ୍ୱ ନେବେ ।
ରାଜୀବ କୁମାର ହେଉଛନ୍ତି ୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ । ୨୦୨୦ ମସିହା ଡିସେମ୍ବରରେ ସେ ନିର୍ବାଚନ କମିଶନର ଭାବେ କାମ କରିଆସୁଥିଲେ । ମେ ୧୫ରୁ ଆଗାମୀ ୨୦୨୫ ଫେବ୍ରୁଆରୀ ୧୮ ଯାଏ ଏହି ମୁଖ୍ୟ ନିର୍ବାଚନ କମିଶନ ପଦରେ ରହିବେ ।
ଭାରତୀୟ ପ୍ରଶାସନିକ ସେବାରେ ୩୬ ବର୍ଷରୁ ଅଧିକ ସମୟ କାମ କରିଛନ୍ତି ରାଜୀବ । ବିହାର, ଝାରଖଣ୍ଡ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ସେ କାମ କରିଛନ୍ତି ।
Powered by Froala Editor