ବଦଳିବେନି ରାଷ୍ଟ୍ରପତି, ଶ୍ରୀଲଙ୍କା ପାଇଁ ନିଯୁକ୍ତ ହେବେ ନୂଆ ପ୍ରଧାନମନ୍ତ୍ରୀ
ଶ୍ରୀଲଙ୍କାର ନିତ୍ୟବ୍ୟବହାର ଦ୍ରବ୍ୟର ଦାମ୍ ଆକାଶ ଛୁଆଁ ହୋଇଥିବା ବେଳେ ଖାଦ୍ୟ ସଙ୍କଟ ପାଇଁ ଗର୍ଜୁଛନ୍ତି ହଜାର ହଜାର ବିକ୍ଷୋଭକାରୀ । ଏହାରି ଭିତରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ଇସ୍ତଫା ଦେବାକୁ ସିଧାସିଧା ମନା କରିଦେଇଛନ୍ତି । ସାମ୍ବିଧାନିକ ସଂସ୍କାର ଆଣିବା ପାଇଁ ସେ ଏହି ସପ୍ତାହରେ ଏକ ନୂତନ ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ ନିଯୁକ୍ତ କରିବେ ବୋଲି ସେ କହିଛନ୍ତି ।
ବୁଧବାର ବିଳମ୍ବିତ ରାତ୍ରରେ ଟେଲିଭିଜନ୍ରେ ପ୍ରସାରିତ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ, ଜଣେ ନୂଆ ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ୍ ନିଯୁକ୍ତି କରିବା ପରେ ୧୯ଶ ସମ୍ବିଧାନ ସଂସ୍କାରରେ ଥିବା ବ୍ୟବସ୍ଥା ପ୍ରଚଳନ ନିମନ୍ତେ ସରକାର ପ୍ରସ୍ତାବ ଆଗତ କରିବେ। ଏହି ନୂଆ ସାମ୍ବିଧାନିକ ବ୍ୟବସ୍ଥା ଦ୍ବାରା ସଂସଦ ଅଧିକ କ୍ଷମତାଶାଳୀ ହେବ। ଅରାଜକତା ଆଡ଼କୁ ଗତିକରୁଥିବା ଦେଶକୁ ଅଟକାଇବା ଲାଗି ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିବା ବେଳେ ଗୋଟାବାୟା କହିଲେ, କୌଣସି ରାଜପକ୍ଷ ନ ଥିବା ନୂଆ କ୍ୟାବିନେଟ୍ ନିଯୁକ୍ତ କରିବି।
ନୂତନ ସରକାରର ପ୍ରଧାନମନ୍ତ୍ରୀଙ୍କୁ ଏକ ନୂତନ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ଏବଂ ଦେଶକୁ ଆଗକୁ ନେବା ପାଇଁ ସୁଯୋଗ ଦିଆଯିବ। ନୂତନ ପ୍ରଧାନମନ୍ତ୍ରୀ ଏବଂ ସରକାର ନିଯୁକ୍ତ ହେବା ପରେ ସମ୍ବିଧାନରେ ସଂଶୋଧନ କରାଯିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା କହିଛନ୍ତି ।
Powered by Froala Editor