ରାସ୍ତାରେ ଓଲଟି ପଡ଼ିଲା ମଦ ବୋଝେଇ ଗାଡ଼ି, ବିଳମ୍ବ ନକରି ବୋହିନେଲେ ଲୋକ
ତାମିଲନାଡୁର ମଦୁରାଇ ଅନ୍ତର୍ଗତ ଭିରାଗାନୁର ଅଞ୍ଚଳରେ ମଦ ନେଇ ଯାଉଥିବା ଗୋଟିଏ ଗାଡ଼ି ରାସ୍ତା ମଝିରେ ଓଲଟି ପଡ଼ିଛି। ଏହି ଗାଡ଼ିରେ ପ୍ରାୟ ୧୦ ଲକ୍ଷ ଟଙ୍କାର ମଦ ବୋତଲ ରହିଥିଲା। ହେଲେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମଦ ବୋତଲ ବୋହିବାରେ କୌଣସି ହେଳା କରି ନାହାନ୍ତି। ଚାଳକ ନିୟନ୍ତ୍ରଣ ହରାଇବାକୁ ଜାତୀୟ ରାଜପଥ ଉପରେ ଗାଡିଟି ଓଲଟି ପଡିଛି।
କେରଳର ମାନାଲୁରରେ ସ୍ଥିତ ଏକ ଗୋଦାମରୁ ଏହି ମଦ ଅଣାଯାଉଥିଲା। ଚାଳକ ନିୟନ୍ତ୍ରଣ ହରାଇବାରୁ ଜାତୀୟ ରାଜପଥ ଉପରେ ଗାଡିଟି ଓଲଟି ପଡିଥିଲା। ଦୁର୍ଘଟଣା ପରେ ରାସ୍ତା ଉପରେ ମଦ ବୋତଲ ଏବଂ ପେଟି ଏତେ ତେଣେ ପଡି ରହିଥିଲା। ଏହାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଛୁଟି ଆସିଥିଲେ ଏବଂ ମଦ ବୋତଲ ବୋହିବାରେ ଲାଗିଥିଲେ। ଏହି ସମୟରେ ପୋଲିସ ମଧ୍ୟ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏଥିଯୋଗୁ କିଛି ସମୟ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ମଦ ବୋହି ନେଇ ଯାଉଥିବା ବେଳର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Powered by Froala Editor