ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ
ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମା । ଆଜି ମୁମ୍ବାଇରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ଦୀର୍ଘ ୬ମାସ ହେଲା ସେ କିଡନୀ ଜନିତ ସମସ୍ୟାରେ ଅସୁସ୍ଥ ଥିଲେ । ଏଥିପାଇଁ ତାଙ୍କର ନିୟମିତ ଡାଏଲିସିସ୍ ଚାଲିଥିଲା ବୋଲି ସୂଚନା ମିଳିଛି ।
ଆଜି ତାଙ୍କ ପରଲୋକରେ ସବୁଆଡେ ଶୋକର ଛାୟା ଖେଳିଯାଇଛି । ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି।
Powered by Froala Editor